ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୧୬ – ୦୩ – ୨୦୨୩ )

ମେଷ: ନିଜ ଦାୟିତ୍ବ ଉପରେ ଧ୍ୟାନ ଦିଅନ୍ତୁ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ସନ୍ତାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟି ହେବେ। ଭାବିଚିନ୍ତି କୌଣସି ନୂତନ କାର୍ଯ୍ୟରେ ଯୋଗ ଦିଅନ୍ତୁ।

ବୃଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅଟକି ରହିଥିବା କାର୍ଯ୍ୟ ଆଜି ପୂରଣ ହେବ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: କର୍ମସ୍ଥଳୀରେ କୌଣସି ବଡ ଦାୟିତ୍ବ ମିଳିପାରେ। ସମୟ ପୂର୍ବରୁ କାର୍ଯ୍ୟ ସମାପ୍ତ କରିବେ। କୌଣସି କାର୍ଯ୍ୟ ବିଗିଡ଼ି ଯାଇପାରେ। ପରିବାରବର୍ଗଙ୍କ ସହ ଉତ୍ତମ ବୁଝାମଣା ରହିବ।

କର୍କଟ: ବୁଦ୍ଧି ବିବେକ ଅନୁସାରେ କାର୍ଯ୍ୟ କରିବା ଉଚିତ ହେବ। ସହକର୍ମୀଙ୍କ ଦ୍ବାରା ପ୍ରତାରିତ ହୋଇପାରନ୍ତି। ବାଦବିବାଦ ପରିସ୍ଥିତି ଏବଂ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଦାମ୍ପତ୍ୟ ଜୀବନରେ ତର୍କ ବତର୍କ ଲାଗି ରହିବ। ସ୍ବାଧୀନଭାବରେ କୌଣସି କାର୍ଯ୍ୟ କରିପାରିବେ ନାହିଁ। ଅନ୍ୟ ଉପରେ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।

କନ୍ୟା: କଳା କ୍ଷେତ୍ରରେ ରୁଚି ବଢ଼ିବ। ପରିବାରରେ ସୁଖମୟ ପରିବେଶ ରହିବ। ସାଙ୍ଗସାଥୀଙ୍କ ସହ ଦୂରଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅଳ୍ପ ପରିଶ୍ରମରୁ ସୁଫଳ ମିଳିବ।

ତୁଳା: ସକାରାତ୍ମକ ଚିନ୍ତାଧାରା ରଖି କାର୍ଯ୍ୟ କରିବେ। ଉଚ୍ଚସ୍ଥ ଅଧିକାରୀଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ। ପାରିବାରିକ ଦ୍ବାୟିତ୍ବ ବୃଦ୍ଧି ପାଇବ। କ୍ୟାରିୟର ପାଇଁ ନୂତନ ରାସ୍ତା ପାଇବେ।

ବିଛା: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଯାତାୟାତ ସମୟରେ ସାବଧାନ ରୁହନ୍ତୁ। ସହକର୍ମୀଙ୍କ ସହ ବାଦବିବାଦ ଦେଖାଦେବ। ଅକସ୍ମାତ୍‌ ଧନ ଆଗମନର ଯୋଗ ରହିଛି।

ଧନୁ: ସାଙ୍ଗସାଥୀଙ୍କ ସହଯୋଗରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ସମସ୍ୟାର ସମାଧାନ ହେବ। କଳା ଓ ରଚାନାତ୍ମକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଦାମ୍ପତ୍ୟ ଜୀବନ ମଧୁମୟ ହେବ।

ମକର: ବରିଷ୍ଠ ଅଧିକାରୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି। ଦେହ ଓ ମନ ଭଲ ରହିବ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ନୂତନ ନିଯୁକ୍ତିର ସୁଯୋଗ ରହିଛି। ପରିବାରରେ ଏକତା ରହିବ।

କୁମ୍ଭ: ଦିନଟିରେ କର୍ମତତ୍ପର ରହିେବ। ଚାକିରିରେ ସହଯୋଗ ମିଳିବ। ଜନସେବାରେ ସମୟ କଟିବ। ଆର୍ଥିକସ୍ଥିତି ମଜଭୁତ୍‌ ହେବ। ବ୍ୟବସାୟରେ ଲାଭାନ୍ବିତ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

ମୀନ: ବୁଦ୍ଧିବଳରେ ଆଗକୁ ଅଗ୍ରସର ହେବେ। ବନ୍ଧୁବାନ୍ଧବଙ୍କଠାରୁ ମୂଲ୍ୟବାନ ଉପହାର ମିଳିବ। ବିଦେଶ ଯାତ୍ରାର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ମଧୁର ରହିବ।

Leave A Reply

Your email address will not be published.