ସୋମବାର ରଶିଫଳ ( ୧୬ – ୦୧ – ୨୦୨୩ )

ମେଷ: ରୋଜଗାର ପାଇଁ ନୂତନ ପନ୍ଥା ଅବଲମ୍ବନ କରିବେ। ଅନ୍ୟ କଥାରେ କାର୍ଯ୍ୟ ନକରି ନିଜ ବୁଦ୍ଧି ବିବେକ ଅନୁସାରେ କାର୍ଯ୍ୟ କରନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ଅଯଥା ଜିନିଷ କିଣି ଖର୍ଚ୍ଚାନ୍ତ ହୋଇପାରନ୍ତି। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। କୌଣସି ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବୈବାହିକ ଜୀବନରେ କିଛି ଭୁଲବୁଝାମଣା ସୃଷ୍ଟି ହୋଇପାରେ।

ଏଥିସହିତ ପଢ଼ନ୍ତୁ

ମିଥୁନ: ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସଫଳତା ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିବ। ଜୀବନସାଥୀଙ୍କ ସହଯୋଗ ପାଇବେ।

କର୍କଟ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କାର୍ଯ୍ୟସ୍ଥଳରେ କାର୍ଯ୍ୟଭାର ବୃଦ୍ଧି ପାଇବ। ଅର୍ଥହାନୀ ହୋଇପାରେ । ମହିଳାମାନେ ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହି ନିଜକୁ ଅବହେଳିତ କରିପାରନ୍ତି।

ସିଂହ: ଗୁରୁଜନଙ୍କ ପରାମର୍ଶରେ କାର୍ଯ୍ୟ କରିବେ। କଥାବାର୍ତ୍ତା ସମୟରେ ନିଜ ବାକ୍ୟ ଉପରେ ଧ୍ୟାନ ରଖନ୍ତୁ। ସନ୍ତାନଙ୍କ ସହ ସମୟ ଅତିବାହତି କରି ଅାତ୍ମସନ୍ତୋଷ ମିଳିବ। ସହକର୍ମୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ।

କନ୍ୟା: ଅତିଥିଙ୍କ ଆଗମନରେ ମନ ପ୍ରସନ୍ନ ରହିବ। ଆର୍ଥକ ସ୍ଥିତି ମଜଭୁତ ହେବ। ବ୍ୟବସାୟରେ ନୂଆ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କ ପରାମର୍ଶକୁ ସମସ୍ତେ ସମ୍ମାନ କରିବେ।

ତୁଳା: ଅଯଥା କଥାରୁ ଦୂରେଇ ରୁହନ୍ତୁ। ଅପ୍ରତ୍ୟାଶିତ ଭାବେ ଧନପ୍ରାପ୍ତି ହେବ। ବ୍ୟବସାୟରେ ଉନ୍ନତି ପାଇଁ ବନ୍ଧୁବାନ୍ଧବଙ୍କ ସାହଯ୍ୟ ଲୋଡ଼ିବେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ।

ବିଛା: ସହକର୍ମୀଙ୍କ ସହ ଝଗଡ଼ା ହୋଇପାରେ । ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ । ମହିଳାମାନେ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସହ ବିବାଦୀୟ ପରିସ୍ଥିତି ଉପୁଜିପାରେ।

ଧନୁ: ନିଜ ପ୍ରତିଭା ପାଇଁ ସମସ୍ତଙ୍କ ନିକଟରେ ପ୍ରଶଂସିତ ହେବେ। ଜମିଜମା ସମସ୍ୟା ସମାଧାନ ହେବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।

ମକର: ପ୍ରିୟଜନଙ୍କ ପାଇଁ ଚିନ୍ତାରେ ରହିବେ। ନୂତନ ନିଯୁକ୍ତି ଯୋଗ ରହିଛି। ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହୋଇପାରେ। କେତେକ କାର୍ଯ୍ୟକୁ ନେଇ ଦ୍ବନ୍ଦ୍ବରେ ରହିବେ।

କୁମ୍ଭ: ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବ। କର୍ମକ୍ଷେତ୍ରରେ ନିଷ୍ଠାପର ରହିବେ। ଅସହାୟ ବ୍ୟକ୍ତିଙ୍କ ସେବାରେ ଦିନଟି ବିତିପାରେ । ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ବିଦେଶ ଭ୍ରମଣ ପାଇଁ ଯୋଜନା କରିବେ।

ମୀନ: କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ। ଉଭୟ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ହେବ। ପ୍ରଶାସନିକ ସୁନାମ ପାଇବେ। ବ୍ୟବସାୟରେ ସନ୍ତୋଷଜନକ ଫଳ ମିଳିବ। ବନ୍ଧୁ ଆଗମନରେ ଉତ୍ସାହିତ ରହିବେ।

Leave a comment