ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଲି ବୋଝେଇ ଟିପରରେ ଗଞ୍ଜେଇ ଚୋରା ଚାଲାଣ, ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ଜିଲା ଲମତାପୁଟରେ ବାଲି ବୋଝେଇ ଟିପରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପାଡ଼ୁଆ ପୁଲିସ ଉକ୍ତ ଟିପରକୁ ଜବତ କରିଛି । ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୪୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ପାଡୁଆ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ଯକ୍ତି ଜଣଙ୍କ ଲମାତାପୁଟ ବ୍ଲକର ଚନ୍ଦ୍ର ପାଙ୍ଗି ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ ତତ୍ତ୍ଵାବଧନରେ ପଡୁଆ ଥାନା ଅଧିକାରୀ ପାଡୁଆ ଡାକ ବଙ୍ଗଳା ନିକଟରେ ନାକାବନ୍ଦି କରିଥିଲେ । ଦ୍ରୁତ ଗତିରେ ଆସୁଥିବା ଏକ ଟିପରକୁ  ପୁଲିସ ଅଟକାଇଥିଲା । ପ୍ରାୟ ଏକ ଘଣ୍ଟା ଧରି ଟିପରକୁ ଯାଞ୍ଚ କରିବାରୁ କିଛି ବି ସୁରାଗ ପାଇନଥିଲା ପୁଲିସ । ଶେଷରେ ଟିପର ଡାଲାରେ ଥିବା ବାଲିକୁ ଖାଲି କରିବା ପରେ ପ୍ରାୟ ସାଢେ଼ ୪ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିଲା ପୁଲିସ। ଯାହାର ମୂଲ୍ୟ ୪୫ଲକ୍ଷରୁ ଅଧିକ ହେବ ବୋଲି ପୁଲିସ ସୂଚନା ଦେଇଛି । ଅଭିଯୁକ୍ତ ଏହି ଅଞ୍ଚଳରୁ ଅନେକ ଥର ଗଞ୍ଜେଇ ଚୋରା ଚାଲଣ କରୁଥିବା ସ୍ବୀକାର କରିଛି।

Leave A Reply

Your email address will not be published.