ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୧୫ – ୦୯ – ୨୦୨୨ )

ମେଷ: ଅଯଥା ସମୟ ନଷ୍ଟ ନ କରି ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ନିଜ ମନ କଥା କହିବାକୁ ପଛାନ୍ତୁ ନାହିଁ। କର୍ମକ୍ଷେତ୍ରରେ ପରିସ୍ଥିତି ବିଗିଡ଼ି ଯାଇପାରେ।

ବୃଷ: ସାମାଜିକ ମିଳାମିଶା ବଢ଼ିବାକୁ ଲାଗିବ। ଯୋଜନା ଅନୁସାରେ କାର୍ଯ୍ୟ କରି ସଫଳତା ପାଇବେ। ଅକସ୍ମାତ୍‌ ଧନଲାଭର ଯୋଗ ରହିଛି। ସନ୍ତାନସନ୍ତତିଙ୍କ ସହଯୋଗ ମିଳିବ।

ମିଥୁନ: ମହିଳାମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି ହୋଇପାରେ। ନୂତନ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସା ସାଉଁଟିବେ। ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

କର୍କଟ: ବିଭିନ୍ନ ପ୍ରକାର ବାଧାବିଘ୍ନ ପାଇଁ ମାନସିକ ଶାନ୍ତି ହରାଇ ବସିବେ। ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନେଲେ କଷ୍ଟ ପାଇପାରନ୍ତି। ନୂତନ ନିବେଶରୁ ଦୂରେଇ ରୁହନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ମଧ୍ୟମ ଧରଣର ରହିବ। ନିଜ ପ୍ରିୟଜନଙ୍କ ବ୍ୟବହାରରେ ଆପଣ କଷ୍ଟ ପାଇପାରନ୍ତି। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ଅସହାୟ ବ୍ୟକ୍ତିଙ୍କ ଦାନ କରି ସନ୍ତୋଷ ପାଇବେ।

କନ୍ୟା: ସାମାଜିକ ସମାରୋହରେ ସାମିଲ ହୋଇପାରନ୍ତି। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଉତ୍ତମ। ନିଜ ସଚ୍ଚୋଟପଣିଆ ପାଇଁ ସମ୍ମାନର ଅଧିକାରୀ ହେବେ। କ୍ୟାରିୟରରେ ଉନ୍ନତି ପାଇଁ ସୁଯୋଗ ପାଇବେ।

ତୁଳା: ଅତ୍ୟଧିକ ପରିଶ୍ରମ କରି ଥକ୍କା ଅନୁଭବ କରିପାରନ୍ତି। କୌଣସି ବିଶେଷ କାର୍ଯ୍ୟରେ ବ୍ୟସ୍ତ ରହିବେ। କାର୍ଯ୍ୟକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଗୁରୁଜନଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ।

ବିଛା: ଜୀବନରେ ପରିବର୍ତ୍ତନ ପାଇଁ ପ୍ରୟାସ ଜାରି ରଖିବେ। ଅଜଣା ବ୍ୟକ୍ତିଙ୍କ ଠାରୁ ସହଯୋଗ ପାଇବେ। ପୁରୁଣା ସାଙ୍ଗସାଥୀଙ୍କ ସହ ଭେଟ ହୋଇପାରେ। ସକାରାତ୍ମକ ଭାବନା ରଖି ଆଗକୁ ବଢ଼ିବେ।

ଧନୁ: ସାହିତ୍ୟ କଳା ପ୍ରତି ରୁଚି ବଢ଼ିବାକୁ ଲାଗିବ। ଆର୍ଥିକ ଅବନତି ଦେଖାଦେଇ ପାରେ। ପରିବାରବର୍ଗଙ୍କ ସହ ସମ୍ପର୍କରେ ନିବିଡ଼ତା ବଢ଼ିବ। ବ୍ୟବସାୟରେ ଆଶାନୁଯାୟୀ ଲାଭ ମିଳି ନ ପାରେ ।

ମକର: ସ୍ବାସ୍ଥ୍ୟରେ ଅବନତି ଦେଖାଦେଇ ପାରେ । ଅନ୍ୟକୁ ପ୍ରଭାବିତ କରିବାକୁ ଯାଇ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସହଯୋଗ ପାଇ ପାରନ୍ତି।

କୁମ୍ଭ: ଦିନିଟି ସକାରାତ୍ମକ ଭାବନାରେ କଟିବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଆୟର ନୂତନ ପଥ ପାଇବେ। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି।

ମୀନ: ଗୁରୁଜନଙ୍କ ଆଶୀର୍ବାଦ ପାଇ ଆଗକୁ ବଢ଼ିବେ। ଭୂସମ୍ପତ୍ତି କ୍ରୟ କରିବାର ଯୋଗ ରହିଛି। ମହିଳାମାନେ କଠିନ ପରିଶ୍ରମୀ ହେବେ। କୌଣସି ଖୁସି ଖବର ପାଇ ଉତ୍ସାହିତ ରହିବେ।

Leave A Reply

Your email address will not be published.