ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୧୫- ୦୨ – ୨୦୨୩ )

ମେଷ: ପରିବାରରେ ଦାୟିତ୍ବ ବୃଦ୍ଧି ପାଇବା ସହ ଅଧିକ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ଦୂରଯାତ୍ରାରୁ ଦୂରେଇ ରୁହନ୍ତୁ। ନୂତନ ନିବେଶରୁ ଲାଭ ପାଇବେ। ସାଙ୍ଗସାଥୀଙ୍କ ସହ ଦିନ କଟିବ।

ବୃଷ: ପାରିବାରିକ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ପରିଶ୍ରମ ଫଳ ପାଇବେ। କର୍ମକ୍ଷେତ୍ରରେ ପ୍ରଶଂସା ସହ ପଦୋନ୍ନତିର ସୁଯୋଗ ରହିଛି। ଅତ୍ୟଧିକ ଚିନ୍ତା ନିଜ ବ୍ୟକ୍ତିଗତ ଜୀବନରେ ପ୍ରଭାବ ପକାଇପାରେ।

ମିଥୁନ: ଭବିଷ୍ୟତ ଯୋଜନା ଗୁଡ଼ିକ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ। ପାରବାରିକ ଜୀବନରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ମହିଳାମାେନ ନିଜ ପାଇଁ ଯୋଜନା ପ୍ରସ୍ତୁତ କରିବେ।

କର୍କଟ: ଅଯଥା ଝାମେଲାରେ ପଡ଼ି ମାନସିକ ଶାନ୍ତିରେ ବାଧା ସୃଷ୍ଟି ହୋଇପାରେ। ସାଙ୍ଗସାଥୀଙ୍କ ସାହାଯ୍ୟରେ ସମସ୍ୟାରୁ ମୁକ୍ତି ପାଇବେ। କର୍ମସ୍ଥଳୀରେ ଅଧିକ ସମୟ ବିତାଇବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଖେଳକୁଦରେ ସମୟ ବିତିବ। ନୂତନ ନିବେଶ ଆପଣଙ୍କୁ ଯଥେଷ୍ଟ ଲାଭ ଦେଇପାରେ। କୌଣସି କାରଣରୁ ପାରବାରିକ ଜୀବନରେ ଅଶାନ୍ତି ଦେଖା ଦେବ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମୀ ହେବେ।

କନ୍ୟା: ମହିଳାମାନେ ନିଜ ମନମୁତାବକ କାର୍ଯ୍ୟ କରିବେ। ପରିବାର ସମ୍ବନ୍ଧୀୟ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇପାରନ୍ତି। ମହିଳାମାନେ ଅଧିକ ଖର୍ଚ୍ଚ କରିବେ।

ତୁଳା: ଦିନଟି ବ୍ୟସ୍ତତା ମଧ୍ୟରେ କଟିବ। ଚିନ୍ତା ବୃଦ୍ଧି ପାଇବ। କ୍ୟାରିୟରରେ ବାଧା ଉପୁଜିପାରେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥା ନେଇ ଚିନ୍ତିତ ରହିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ।

ବିଛା: ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଯୋଗାଯୋଗ ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ମହିଳାମାନେ ମୂଲ୍ୟବାନ ବସ୍ତୁ କ୍ରୟ କରିବେ।

ଧନୁ: ରୋଜଗାର ପାଇଁ ନୂତନ ପନ୍ଥା ବାଛିବେ। ଅନ୍ୟ କଥାରେ କାର୍ଯ୍ୟ ନକରି ନିଜ ବୁଦ୍ଧି ବିବେକ ଅନୁସାରେ କାର୍ଯ୍ୟ କରନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ଅତିଥିଙ୍କ ଆଗମନରେ ମନ ପ୍ରସନ୍ନ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟବସାୟରେ ନୂଆ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କ ପରାମର୍ଶକୁ ସମସ୍ତେ ସମ୍ମାନ କରିବେ। ପ୍ରେମ ମାମଲାରେ ସଫଳତା ମିଳିବ।

କୁମ୍ଭ: ବୈବାହିକ ଜୀବନରେ କିଛି ପରିବର୍ତ୍ତନ ଦେଖାଦେଇପାରେ। ଜରୁରୀ କାର୍ଯ୍ୟ ପୂରଣ ହୋଇପାରେ । ଅଧିକାରୀଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ। କୌଣସି ପୁରୁଣା ବିବାଦର ସମାଧାନ ହୋଇପାରେ।

ମୀନ: ପାରିବାରିକ ଝାମେଲାରେ ଫସି ରହିବେ। ଅନ୍ୟକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ମହିଳାମାନେ ଅଯଥା ଖର୍ଚ୍ଚରେ ପଡ଼ିଯାଇପାରନ୍ତି। କ୍ୟାରିୟରରେ ଉନ୍ନତି ପାଇଁ ନୂତନ ରାସ୍ତା ପାଇବେ।

Leave A Reply

Your email address will not be published.