ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ସ୍ୱିଗି ବୟ କରୁଥିଲେ ଗଞ୍ଜେଇ ଡେଲିଭରୀ

ଭୁବନେଶ୍ବର: ଅଭିନବ ଉପାୟରେ ଚାଲାଣ ହେଉଛି ଗଞ୍ଜେଇ । ଭିନ୍ନଭିନ୍ନ ଉପାୟ ଆପଣାଉଛନ୍ତି ଚାଲାଣକାରୀ । କେତେବେଳେ ଆମ୍ବୁଲାନ୍ସ, ପରିବା , ଅଦା ବୋଝେଇ ଟ୍ରକ, କଦଳୀ ଓ ପଇଡ ବୋଝେଇ ଟ୍ରକରେ ଚାଲାଣ ହେଉଛିତ ଆଉ କେତେବେଳେ କୋରିୟର ମାଧ୍ଯମରେ । ଏବେ ପୁଣି ଏକ ନୂଆ ଟ୍ରେଣ୍ଡରେ ରାଜଧାନୀରେ ଗଞ୍ଜେଇ କାରବାର ହେଉଥିବା ଜଣାପଡ଼ିଛି। ଡେଲିଭରୀ ବୟ କରୁଥିଲେ ଗଞ୍ଜେଇ ଡେଲିଭରୀ । ଅଭିଯୁକ୍ତଙ୍କ ନାଁ ପ୍ରେମଚନ୍ଦ୍ର ନାୟକ।

ସୂଚନା ଅନୁଯାୟୀ, ସ୍ୱିଗି ବୟ ପ୍ରେମଚନ୍ଦ୍ର ନାୟକ ଗଞ୍ଜେଇ ଡେଲିଭରୀ କରୁଥିଲା। ଭୁବନେଶ୍ୱର ଅବକାରୀ ମୋବାଇଲ ସ୍କ୍ୱାଡ୍ କୌଣସି ସୂତ୍ରରୁ ଖବର ପାଇ ପ୍ରେମଚନ୍ଦ୍ରକୁ ଗିରଫ କରିବା ସହ  ୧୫ କେଜି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ ହଜାର ଟଙ୍କା ହେବେ ବୋଲି ଜଣାପଡ଼ିଛି। ପ୍ରେମଚନ୍ଦ୍ର କେବେ ଠାରୁ ଗଞ୍ଜେଇ କାରବାର କରୁଥିଲା ତଦନ୍ତ କରୁଛି ଅବକାରୀ ମୋବାଇଲ ସ୍କ୍ବାର୍ଡ ।

ସୂଚନା ଅନୁଯାୟୀ, ପୂର୍ବରୁ ମଧ୍ୟ ଏଭଳି ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ନଜିର ରହିଛି । କୋରିୟରରେ ହେଉଥିଲା ଗଞ୍ଜେଇ ଚାଲାଣ । ଭୁବନେଶ୍ୱର ଲଜିଷ୍ଟିକ୍ ଓ ଟ୍ରାନ୍ସପୋର୍ଟ ସଂସ୍ଥା ମାଧ୍ୟମରେ ହୋଇଥାନ୍ତା ଗଞ୍ଜେଇ ଚାଲାଣ । ଭିଆରଏଲ କୋରିୟର ମାଧ୍ୟମରେ ଗଞ୍ଜେଇ ଭୁବନେଶ୍ଵରରୁ ଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ମାଫିଆ ଗିରଫ କରିଥିଲା କମିଶନରେଟ୍ ପୋଲିସ । କୋରିୟର ପ୍ୟାକେଟରୁ ୪୫ କେଜିର ଗଞ୍ଜେଇ ଜବତ ହୋଇଥିଲା ।

Leave A Reply

Your email address will not be published.