ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାନୁଆରୀ ୩ରୁ ଆରମ୍ଭ ହେବ ୧୫ରୁ ୧୮ ବର୍ଷ ବୟସର କିଶୋରଙ୍କୁ ଟିକାକରଣ

ଭୁବନେଶ୍ୱର: କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତ ହୋଇଛି ଓଡ଼ିଶା । ଆସନ୍ତା ୩ତାରିଖରୁ ଟିକା ନେବେ କିଶୋର । ରାଜ୍ୟରେ ୨୫ ଲକ୍ଷ ୫୩ ହଜାର କିଶୋର ଭ୍ୟାକସିନ୍ ନେବେ । ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ସ୍ୱାସ୍ଥ୍ୟ ବିଭାଗ । ଭ୍ୟାକସିନ୍ ପାଇଁ ଅନଲାଇନ୍‌, ଅନ୍‌ସାଇଟରେ ହେବ ପଞ୍ଜିକରଣ । କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ୧୫ରୁ ୧୮ ବର୍ଷ କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ସହିତ ୨ ପ୍ରକାରର ବ୍ୟବସ୍ଥା ହୋଇଛି । ପ୍ରଥମ ଡୋଜର ୨୮ଦିନ ବ୍ୟବଧାନରେ ଦ୍ୱିତୀୟ ଡ଼ୋଜ ଦିଆଯିବ । ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ କିଛିଟା ଡେଡିକେଟେଡ୍ କେନ୍ଦ୍ର କରାଯିବ । ଯେଉଁଠି ଟିକାକରଣ କେନ୍ଦ୍ର ଅଛି ସେଠି ସକାଳ ୮ରୁ ଦିନ ୧ଟା ପର୍ଯ୍ଯନ୍ତ ଦିଆଯିବ। ପିଲାମାନେ ସ୍କୁଲ୍ ଆଇକାର୍ଡ ଦେଖାଇ ଟିକା ନେଇ ପାରିବେ।  ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଅନ୍ୟପକ୍ଷରେ ତୃତୀୟ ଲହର ଓମିକ୍ରନ ପାଇଁ ସତର୍କ ଅଛନ୍ତି ରାଜ୍ୟ ସରକାର । ଓମିକ୍ରନ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସର୍ଭେଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଶିଶୁବିଭାଗ, ଅକ୍ସିଜେନ୍‌ ଏବଂ ଔଷଧ ମହଜୁଦ ଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।

Leave A Reply

Your email address will not be published.