ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନାରେ ପ୍ରାଣ ହରାଇଥିବା ୪ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର: କୋଭିଡରେ ପ୍ରାଣ ହରାଇଥିବା କାର୍ଯ୍ଯରତ ସାମ୍ୱାଦିକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ । ୪ ଜଣ ପରଲୋକଗତ ସାମ୍ୱାଦିକଙ୍କ ପରିବାରବର୍ଗଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି । କରୋନା ବିରୋଧରେ ଲଢ଼େଇରେ କାର୍ୟ୍ୟରତ ବେଳେ ପ୍ରାଣବଳୀ ଦେଇଥିବା ଏହି ସାମ୍ୱାଦିକମାନେ ହେଲେ ଇଂରାଜୀ ଦୈନିକ ଟାଇମ୍ସ ଅଫ୍ ଇଣ୍ଡିଆର ପ୍ରୀତିମାନ ମହାପାତ୍ର, ଆଜିକାଲି ଓଡ଼ିଆ ଦୈନିକ ପତ୍ରିକାର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ମୁକ୍ତବୃତ୍ତ ସାମ୍ୱାଦିକ ବସନ୍ତ ଦାସ ଓ ଜୀ ଓଡ଼ିଶା ପ୍ରତିନିଧି ମାନସ ରଞ୍ଜନ ଜୟପୁରିଆ । ସେମାନଙ୍କ ସମ୍ପର୍କୀୟଙ୍କୁ ବ୍ୟାଙ୍କ ଜରିଆରେ ଏହି ଆର୍ଥିକ ସହାୟତା ରାଶି ଟ୍ରାନ୍ସଫର କରାଯାଇଛି ।

Leave A Reply

Your email address will not be published.