ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୧୪ – ୧୧ – ୨୦୨୨ )

ମେଷ: କୌଣସି ମୂଲ୍ୟବାନ ପଦାର୍ଥ କ୍ରୟ କରିପାରନ୍ତି। ମନୋରଞ୍ଜନ କାର୍ଯ୍ୟରେ ଖର୍ଚ୍ଚାନିତ୍ବ ହେବେ। ଆରାମ କରିବାକୁ ଅଧିକ ସମୟ ପାଇବେ। ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିବେ।

ବୃଷ: ଦିନଟି ବ୍ୟସ୍ତତା ମଧ୍ୟରେ କଟିବ। କୌଣସି ଜରୁରୀ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଘରୋଇ ତିକ୍ତତା ଦେଖାଦେଇପାରେ । କୌଣସି ସ୍ଥାନରୁ ଶୁଭ ସମାଚାର ପାଇବେ। ପୂର୍ବ କାର୍ଯ୍ୟରୁ ଉତ୍ତମ ଫଳ ପାଇବେ।

ମିଥୁନ: ଜୀବନର ସମସ୍ତ ପ୍ରକାର ଦୁଃଖ କଷ୍ଟ ଦୂର ହେବ। ଦୃଷ୍ଟପ୍ରକୃତି ଲୋକଙ୍କଠାରୁ ସାବଧାନ ରୁହନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ସାମାଜିକ କାର୍ଯ୍ୟରେ ମନୋନିବେଶ କରନ୍ତୁ।

କର୍କଟ: ଆର୍ଥିକ ସମସ୍ୟା ପାଇଁ ଆପଣଙ୍କୁ ସମାଲୋଚନା ହୋଇପାରେ। ବିଭିନ୍ନ କ୍ଷେତ୍ରରେ ବାଧାପ୍ରତିରୋଧ ଦେଖାଦେବ। ଅନ୍ୟଠାରୁ ସାହାଯ୍ୟ ଆଶା କରି ଦୁଃଖିତ ହେବେ। ସହକର୍ମୀଙ୍କ ସହ ତିକ୍ତତା ଉପୁଜିପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: କର୍ମକ୍ଷେତ୍ରରେ ନିଜ ଯୋଗ୍ୟତାକୁ ପ୍ରମାଣିତ କରିବେ। କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବ୍ୟବସାୟୀମାନଙ୍କୁ ଲାଭ ପାଇଁ ସଂଘର୍ଷ କରିବାକୁ ପଡ଼ିପାରେ। ସରକାରୀ କାଗଜପତ୍ର ଧ୍ୟାନରେ ରଖନ୍ତୁ।

କନ୍ୟା: ପରିବାରବର୍ଗଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଦେଖାଦେବ। ପ୍ରିୟ ବନ୍ଧୁଙ୍କ ନିକଟତର ହୋଇପାରନ୍ତି। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। ସକାରାତ୍ମକ ଚିନ୍ତା ରଖି ଆଗକୁ ବଢ଼ିବେ।

ତୁଳା: ମାନସିକ ଚିନ୍ତାରେ ଭାରାକ୍ରାନ୍ତ ହୋଇ ପଡ଼ିବେ। ପ୍ରିୟଜନଙ୍କଠାରୁ ଦୂରେଇ ରହି କଷ୍ଟ ପାଇବେ। ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ନିଜ କଥା ଓ ବ୍ୟବହାରରେ ଶାଳୀନତା ରକ୍ଷା କରନ୍ତୁ।

ବିଛା: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। କୌଣସି ନୂତନ କାର୍ଯ୍ୟ କରିବା ପାଇଁ ଦିନଟି ଅନୁକୂଳ ଅଟେ। ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ।

ଧନୁ: ମନରେ ଉତ୍ସାହ ଓ ଉନ୍ନାଦନା ଭରି ରହିବ। ଜୀବନସାଥୀଙ୍କ ପାଇଁ କିଛି ଭିନ୍ନ କରିବାର ପ୍ରୟାସ କରିବେ। ବ୍ୟବସାୟୀମାନେ ଆଶାଜନକ ଫଳ ପାଇବେ। ଛାତ୍ରଛାତ୍ରୀମାନେ କ୍ୟାରିୟର ପାଇଁ ଚିନ୍ତିତ ରହିପାରନ୍ତି।

ମକର: ସାଙ୍ଗସାଥୀଙ୍କ ସହ ମନଖୋଲି ମଉଜମସ୍ତି କରିବେ। ନିଜ ମନକଥା ପ୍ରିୟଜନଙ୍କ ସହ ବାଣ୍ଟି ଶାନ୍ତି ପାଇବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋନିବେଶ କରିବେ।

କୁମ୍ଭ: ଅକସ୍ମାତ୍‌ ଭାବରେ ଲାଭ ମିଳିପାରେ । ଆର୍ଥିକ କ୍ଷେତ୍ର ମଜଭୁତ ରହିବ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ । ଧାର୍ମିକ ମନୋବୃତ୍ତି ରଖି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢ଼ାଇବେ।

ମୀନ: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ପ୍ରିୟଜନଙ୍କଠାରୁ ଧୋକା ମିଳିପାରେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

Leave A Reply

Your email address will not be published.