ମଙ୍ଗଳବାର ରାଶିଫଳ ( ୧୪ – ୦୬ – ୨୦୨୨ )

ମେଷ: ଦିନଟି ହର୍ଷୋଲ୍ଲାସରେ କଟିବ। ଧନସମ୍ମାନ ପ୍ରାପ୍ତି ହୋଇପାରେ। ବନ୍ଧୁବାନ୍ଧବଙ୍କଠାରୁ ସାହାଯ୍ୟ ପାଇବେ। ସମସ୍ୟାର ସମାଧାନ ହେବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ହେବ।

ବୃଷ: ଶୁଭ ଖବର ପାଇ ମନ ଉତ୍ସାହିତ ରହିବ। ଅନ୍ୟକୁ ସାହାଯ୍ୟର ହାତ ବଢ଼ାଇବେ। ସନ୍ତାନଙ୍କ ସହ ଅନେକ ଯୋଜନା ପ୍ରସ୍ତୁତ କରିବେ। ବୈବାହିକ ଜୀବନରେ ସାମାନ୍ୟ ତିକ୍ତତା ଉପୁଜିପାରେ।

ଏଥିସହିତ ପଢ଼ନ୍ତୁ

ମିଥୁନ: ନିଜ ପ୍ରତିଭାର ପ୍ରଦର୍ଶନ କରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ପରିବାର ଲୋକ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ଭିନ୍ନ ମୋଡ଼ ସୃଷ୍ଟି ହେବ।

କର୍କଟ: ଦିନଟି ମଧ୍ୟମ ଧରଣର ରହିବ। ସ୍ବାସ୍ଥ୍ୟରେ ଅବନତି ଘଟିବ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ପରିବାର ସଦସ୍ୟଙ୍କୁ ନେଇ ଚିନ୍ତିତ ରହିବେ। ଆର୍ଥିକ ସ୍ଥିତିରେ ସୁଧାର ପରିଲକ୍ଷିତ ହେବ।

ସିଂହ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ପାରିବାରିକ ସମସ୍ୟା ଦେଖାଦେବ। ସାଙ୍ଗସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ମାନସମ୍ମାନ ଅଧିକାରୀ ହେବେ।

କନ୍ୟା: ଯେଉଁ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। ବିବାହ ସ୍ଥିର ହୋଇପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲିକ୍ଷିତ ହେବ। ନୂତନ ନିଯୁକ୍ତି ସୁଯୋଗ ରହିଛି।

ତୁଳା: ସ୍ବାସ୍ଥ୍ୟ ଭଲ ରହିବ। ଆର୍ଥିକ କ୍ଷେତ୍ରରେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରନ୍ତୁ। ସମ୍ପର୍କରେ ମଧୁରତା ଆଣିବାକୁ ପରିବାର ସହ ଅଧିକ ସମୟ କଟାନ୍ତୁ। ଅକସ୍ମାତ୍‌ ଯାତ୍ରା ଯୋଗ ରହିଛି।

ବିଛା: ଉତ୍ସାହର ସହ ସମସ୍ତ କାର୍ଯ୍ୟ ସମାପନ କରିବେ। ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ନିବିଡ଼ତା ବୃଦ୍ଧି ପାଇବ। କ୍ୟାରିୟରରେ ଉନ୍ନତି କରିବେ।

ଧନୁ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବେ। କର୍ମ ତତ୍ପରତାର ପରିଚୟ ପ୍ରଦାନ କରିବେ। ପରିବାରବର୍ଗଙ୍କ ବ୍ୟବହାରରେ ଦୁଃଖିତ ହେବେ। ନିଜସ୍ବ ଲୋକଙ୍କ ସହଯୋଗ ପାଇବେ।

ମକର:ବହୁଦିନର ଅପେକ୍ଷାର ପରିସମାପ୍ତି ଘଟିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅର୍ଥ ଆଗମନର ସୂଚନା ପାଇବେ। ସନ୍ତାନସନ୍ତତିଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: କୌଣସି ଶୁଭ ଖବର ପାଇପାରନ୍ତି। ଯୋଜନା ଫଳପ୍ରସୂ ହେବ। ସାଂସାରିକ ଧର୍ମାଦି କାର୍ଯ୍ୟରେ ମନ ରହିବ। ଚାକିରିରେ ନିଷ୍ଠାପର ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମୀନ: ନୂଆ ଯୋଜନା କରି ଲାଭବାନ ହେବେ। କର୍ମକ୍ଷେତ୍ରରେ ନିଜର ଦୁର୍ବଳତା ପାଇଁ ଲଜ୍ଜିତ ହେବେ। କଠିନ ପରିସ୍ଥିତିର ମୁକାବିଲା କରିବେ। ପରିବାରବର୍ଗଙ୍କ ସହାୟତା ପାଇ ଆଗକୁ ବଢ଼ିବେ।

Leave a comment