ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୧୪- ୦୧ -୨୦୨୨ )

ମେଷ: ଦେହ ଭଲ ରହିବ। ଆୟ ଉତ୍ତମ ହେବ। କୌଣସି ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ରାଜନୀତିରେ ସକ୍ରୀୟ ରହିବେ। ବାଣିଜ୍ୟରେ ଲାଭଜନକ ରହିବେ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ- ଲାଲ୍‌।

ବୃଷ: ଦିନଟି ହର୍ଷୋଲ୍ଲାସ ଭିତରେ କଟିବ। ମହିଳାମାନେ ଯଶ ପାଇବେ। ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ସଫଳତା ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ-୮, ଶୁଭ ରଙ୍ଗ- କଳା।

ମିଥୁନ: ବ୍ୟୟ ବହୁଳତା କାରଣରୁ ଋଣ ପ୍ରଭାବିତ ହୋଇପାରନ୍ତି। ଚାକିରିରେ କର୍ତ୍ତୃପକ୍ଷଙ୍କ କଡ଼ା ଆଭିମୁଖ୍ୟ ରହିବ। ପରିବହନ ଓ ବାଣିଜ୍ୟରେ ସାଧାରଣ ଫଳ ମଳିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍‌।

କର୍କଟ: ବିବାଦୀୟ କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରଶାସନିକ ଓ ରାଜନୀତି କ୍ଷେତ୍ରରେ ସକ୍ରୀୟ ରହିବେ। ଚାକିରିରେ ଉଚ୍ଚ ସମ୍ମାନ ପାଇବେ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶିକ୍ଷାର୍ଥୀ ଉପକୃତ ହେବେ। ଶୁଭ ଅଙ୍ଗ-୨ ,ଶୁଭ ରଙ୍ଗ-ଧଳା।

ଏଥିସହିତ ପଢ଼ନ୍ତୁ

ସିଂହ: କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ। ଆବଶ୍ୟକ ଅନୁସାରେ ଅର୍ଥାଲାଭ ହେବ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ବାଣିଜ୍ୟରେ ଉତ୍ତମ ଲାଭ ମିଳିବ। ଶିକ୍ଷାର୍ଥୀ ଉଚ୍ଚ ଶିକ୍ଷା ପ୍ରତି ଆଗ୍ରହୀ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍‌।

କନ୍ୟା: ମନର ପରିକଳ୍ପନା ସଫଳ ହେବ। ଚାକିରିରେ ନିଷ୍ଠାପର ରହିବେ। ରାଜନୀତି ଓ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଦାୟିତ୍ବବାନ୍‌ ରହିବେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ- ସିଲଭର୍‌।

ତୁଳା:ଯେଉଁ କାର୍ଯ୍ୟରେ ହାତ ଦେବେ ବିଫଳ ହେବେ। ରାଜନୀତିରେ ଶତ୍ରୁ ବୃଦ୍ଧି ହେବେ। ମହିଳାମାନେ ହତାଦର ହେବେ। ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ହତୋତ୍ସାହ ରହିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

ବିଛା: ଆୟର ପଥ ଉନ୍ନୁକ୍ତ ରହିଛି। ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ବନ୍ଧୁ ବାନ୍ଧବଙ୍କ ସହଯୋଗ ପାଇବେ। ପରିବହନ ଓ ବାଣିଜ୍ୟରେ ଲାଭବାନ୍‌ ହେବେ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ।

ଧନୁ: କର୍ମକ୍ଷେତ୍ରରେ ସହଯୋଗ ପାଇବେ। ମହିଳାମାନେ ପରିଶ୍ରମୀ ହେବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ପୁଞ୍ଜିନିବେଶ କରି ସଫଳ ହେବେ। ଶିକ୍ଷାର୍ଥୀ କଠିନ ପରିଶ୍ରମ କରିବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ଗୋଲାପି।

ମକର: ପରିଶ୍ରମର ଫଳ ପାଇବେ। ଚାକିରିରେ ସହଯୋଗ ପାଇବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ସଫଳତା ମିଳିବ। ଶିକ୍ଷାର୍ଥୀ ସୁଫଳ ପାଇବେ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ।

କୁମ୍ଭ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବନ୍ଧୁ ବାନ୍ଧବଙ୍କ ସହ ମନାନ୍ତର ହୋଇପାରେ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ବୃଦ୍ଧି ପାଇବେ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍‌।

ମୀନ: ଆୟ ଉତ୍ତମ ହେବ। ପ୍ରଶାସନିକ ଓ ରାଜନୀତିରେ ପ୍ରଭାବଶାଳୀ ରହିବେ। ଚାକିରିରେ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ସମୃଦ୍ଧି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ- ୮, ଶୁଭ ରଙ୍ଗ- ବାଇଗଣି।

Leave A Reply

Your email address will not be published.