ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମେ’ ୨୦୨୧ ନିଟ୍- ପିଜିରେ ଖାଲିପଡ଼ିଥିବା ସିଟକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

ନୂଆଦିଲ୍ଲୀ: ମେ ୨୦୨୧ ର ନିଟ୍ – ପିଜିରେ ୧୪୫୬ଟି ସିଟ୍ ଖାଲି ରହିଛି। ଯାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ସିଟ୍ ଖାଲିପଡ଼ିବକୁ ନେଇ ୭ଜଣ ଡାକ୍ତର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଯାହାର ଶୁଣାଣି ବୁଧବାର ସୁପ୍ରିମକୋର୍ଟ କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ମେଡିକାଲ କାଉନସେଲିଂ କମିଟି (MCC)କୁ କଡ଼ା ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣ ଡାକ୍ତରଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି।

ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ସେ ମେଡିକାଲ କାଉନସେଲିଂ କମିଟି ଏବଂ କେନ୍ଦ୍ର ସରକାରଙ୍କୁ ନିନ୍ଦା କରି କହିଛନ୍ତି ଯେ, ମେ ୨୦୨୧ ରୁ ୧୪୫୬ଟି ସିଟ୍ ଖାଲି ଅଛି। କାହିଁକି ଏପର୍ଯ୍ୟନ୍ତ କାଉନସେଲିଂ ରାଉଣ୍ଡ କରାଯାଇନାହିଁ। ଖାଲି ସିଟ୍ ରଖିବା ଦ୍ବାରା  ତୁମେ କ’ଣ ପାଉଛ ? ଏଭଳି ପ୍ରଶ୍ନବାଣର ଛନ୍ଦି ହେଇଥିଲେ ମେଡିକାଲ କାଉନସେଲିଂ କମିଟି ଓ କେନ୍ଦ୍ର ସରକାର। ଡାକ୍ତରଙ୍କ କେତେ ଜରୁରୀ ରହିଛି ଜାଣି ସୁଦ୍ଧା ଖାଲିଥିବା ସିଟରେ ଅନୁମତି କାହିଁକି ଦିଆଯାଇ ନାହିଁ। ଏଥିସହ ସୁପ୍ରିମକୋର୍ଟ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କୁ କୋର୍ଟକୁ ଡକାଯିବ ଏବଂ ଏହି ନିର୍ଦ୍ଦେଶ ପାସ କରାଯିବ।  ଯଦି ଗୋଟିଏ ପାଠ୍ୟକ୍ରମ ସିଟ୍ ମଧ୍ୟ ଖାଲି ରହିଥାଏ, ତେବେ ଏହା ଖାଲି ରହିବ ନାହିଁ । ଏହା ତୁମର କର୍ତ୍ତବ୍ୟ ଯେ ସିଟ୍ ଯେପରି ଫାଙ୍କା ନପଡ଼େ। ଆପଣ ଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ବୋଲି କହି କଡ଼ା ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ।

Leave A Reply

Your email address will not be published.