ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ୟା ପାଣିରେ ଅଧାବୁଡି ରହିଛି ମା’ ଭଟ୍ଟାରିକାଙ୍କ ମନ୍ଦିର, ଭିଡ଼କୁ ଏଡ଼ାଇବାକୁ ଜାରିହେଲା ୧୪୪ ଧାରା

ଆଠଗଡ : ବର୍ଷା କମିଛି ହେଲେ ବଢିବାରେ ଲାଗିଛି ଜଳସ୍ତର । ମହାନଦୀର ଉପର ମୁଣ୍ଡରେ ବର୍ଷା ବଢୁଥିବାରୁ ହୀରାକୁଦ ଡ୍ୟାମ୍‌କୁ ପ୍ରବଳ ପାଣି ପ୍ରବେଶ କରୁଛି। ଡ୍ୟାମରେ ଜଳସ୍ତର ବଢୁଥିବାରୁ ଏବେ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଯାହା ଫଳରେ ତଳିଆ ଅଞ୍ଚଳରେ ସ୍ଥିତି ବେହାଲ ହୋଇପଡ଼ିଛି । ବର୍ଷା ପାଣି ବଢୁଥିବା ବେଳେ ପାଣି ଭିତରେ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର  ଅଧା ଭାଗ ବୁଡ଼ଗଲାଣି। ଏହାରି ମଧ୍ୟରେ ବନ୍ୟା ଜଳ ମା ଭଟ୍ଟାରିକାଙ୍କ ମନ୍ଦିରକୁ ସମ୍ପୂର୍ଣ୍ଣ ରୂପେ ଘେରି ରହିଥିବା ବେଳେ ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହେଉଥିବାରୁ ଜାରି କରାଯାଇଛି ୧୪୪ ଧାରା। ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ୧୪୪ ଧାରା ଜାରି କରିଛନ୍ତି।

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ଯୋଗୁ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠ ଜଳମଗ୍ନ ହୋଇଛି। ବନ୍ୟା ଜଳ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। କୌଣସି ଅଘଟଣ ନ ଘଟିବା ପାଇଁ ଭଟ୍ଟାରିକା ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଭଟ୍ଟାରିକାଙ୍କ ପୀଠକୁ ଲୋକମାନଙ୍କୁ ଯିବାକୁ ବାରଣ କରାଯାଇଛି।

ବନ୍ୟା ପାଣି ବଢୁଥିବା ବେଳେ ଗତକାଲିଠାରୁ ମା’ଙ୍କ ଚଳନ୍ତି ପ୍ରତିମାକୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ଜଳସ୍ରୋତ ବଢିବାରେ ଲାଗିଛି । । ଭଟ୍ଟାରିକାଙ୍କ ମନ୍ଦିର ମହାନଦୀ କୂଳରେ ଥିବା ବେଳେ ପ୍ରତିବର୍ଷ ବର୍ଷାରେ ମହାନଦୀ ପାଣି ମନ୍ଦିର ଭିତରେ ପ୍ରବେଶ କରିଥାଏ । ଚଳିତ ଥର ମଧ୍ୟ ସମାନ ଦୁର୍ଦ୍ଦଶା ଘଟିଥିବା ବେଳେ ଏ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।

Leave A Reply

Your email address will not be published.