ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୧୩ – ୦୯ – ୨୦୨୨ )

ମେଷ: ନିଜ ଚିନ୍ତାଧାରା ପରିବର୍ତ୍ତନ କରିବା ପାଇଁ ସାମାଜିକ ମିଳାମିଶା ବଢ଼ାନ୍ତୁ। ଆର୍ଥିକ ଅନଟନ ଦେଖାଦେବ। ପରିବାର ବର୍ଗଙ୍କୁ ଅଧିକ ସମୟ ଦିଅନ୍ତୁ। ବୈବାହିକ ଜୀବନରେ ତିକ୍ତତା ଦେଖାଦେବ।

ବୃଷ: କଠିନ ପରିଶ୍ରମ ବଳରେ ଉନ୍ନତି କରିବେ। ପରିବାର ବର୍ଗଙ୍କ ସ୍ନେହ ଓ ଭଲପାଇବା ପାଇ ଆଗକୁ ବଢ଼ିବେ। ପରିବର୍ତ୍ତନର ଭିନ୍ନ ଧାରା ନଜରକୁ ଆସିବ।

ମିଥୁନ: ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନରେ ସମୟ ବିତିବ। ଅନ୍ୟର ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ବରିଷ୍ଠ ଅଧିକାରୀଙ୍କ ଦ୍ବାରା କାର୍ଯ୍ୟଭାର ପାଇପାରନ୍ତି।

କର୍କଟ: ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। କର୍ମମୟ ଜୀବନରୁ ବିରତି ନେବା ପାଇଁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହ ସମ୍ପର୍କରେ ମଧୁରତା ବଢ଼ିବ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ଭଲରେ କଟିବ। ମନରେ ପ୍ରସନ୍ନତା ବୃଦ୍ଧି ପାଇବାକୁ ଲାଗିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ସହ ସମାଜରେ ମାନ ସମ୍ମାନ ମଧ୍ୟ ପାଇବେ। ପାରିବାରିକ ସମ୍ପର୍କରେ ନିବିଡ଼ତା ବଢ଼ିବ।

କନ୍ୟା: ନିଜ ସୃଜନଶୀଳତାର ପ୍ରୟୋଗ କରି କାର୍ଯ୍ୟରେ ସଫଳତା ପାଇବେ। ଅର୍ଥ ସମ୍ବନ୍ଧୀୟ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଭୂସମ୍ପତ୍ତି କିଣିବାର ସୁଯୋଗ ରହିଛି। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ।

ତୁଳା: ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଆର୍ଥିକ ଉନ୍ନତି ମଧ୍ୟ ଦେଖାଦେଇ ପାରେ। ଭବିଷ୍ୟତ ପାଇଁ କରିଥିବା ଯୋଜନାକୁ ଗୁପ୍ତ ରଖନ୍ତୁ। ନିଜ ମଧ୍ୟରେ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିପାରନ୍ତି।

ବିଛା: ଅକାରଣରେ ଦେଖା ଦେଉଥିବା ବାଧା ଗୁଡ଼ିକର ଅନ୍ତ ଘଟିବ। ମନରେ ଉତ୍ସାହ ଭରି ରହିବ। ଅକସ୍ମାତ୍‌ କୌଣସି ସମାରୋହ ପାଇଁ ନିମନ୍ତ୍ରିତ ହୋଇପାରନ୍ତି। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

ଧନୁ: କାର୍ଯ୍ୟକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଜୀବନସାଥୀଙ୍କ ସହ ଦୂରଯାତ୍ରାରେ ଯାଇପାରନ୍ତି। ବଢୁଥିବା ଖର୍ଚ୍ଚକୁ ରୋକିବାକୁ ଚେଷ୍ଟା କରନ୍ତୁ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ମକର: ମନୋରଞ୍ଜନରେ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ପ୍ରତିଭାବାନ ପ୍ରମାଣିତ ହୋଇପାରନ୍ତି। କୌଣସି ପରିସ୍ଥିତିରେ ପଡ଼ି ମାନସିକ ଶାନ୍ତି ହରାଇ ପାରନ୍ତି। ଏକୁଟିଆପଣ ଅନୁଭବ କରିପାରନ୍ତି।

କୁମ୍ଭ: କୌଣସି ବିଦେଶୀ କମ୍ପାନୀ ସହ ଚୁକ୍ତିସ୍ବାକ୍ଷର କରିପାରନ୍ତି। ସମାଜିକ କାର୍ଯ୍ୟ କରି ସନ୍ତୋଷ ପାଇବେ। ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ପ୍ରିୟଜନଙ୍କ ପାଇଁ ଚିନ୍ତାରେ ରହିପାରନ୍ତି।

ମୀନ: ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଜୀବନସାଥୀଙ୍କ ସହ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ କାର୍ଯ୍ୟ ସୁଚାରୁରୂପେ ସଂପନ୍ନ କରିବେ।

Leave A Reply

Your email address will not be published.