ଶୁକ୍ରବାର ରାଶିଫଳ ( ୧୩ – ୦୧ – ୨୦୨୩ )

ମେଷ: ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପ୍ରୟାସ କରିବେ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଉଚ୍ଚଶିକ୍ଷା ପାଇଁ, ଛାତ୍ରମାନେ ବିଦେଶ ଯାଇପାରନ୍ତି। ସମ୍ପର୍କରେ ସ୍ଥିରତା ପାଇଁ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡ଼ିବ।

ବୃଷ: ହଠାତ୍‌ ଅପ୍ରତ୍ୟାଶିତ ଭାବରେ ଅର୍ଥାଗମ ହେବ। ଧାର୍ମିକ , ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଦାନ ଧର୍ମ ମନୋବୃତ୍ତି ରଖିବେ। କର୍ମକ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ କରିବେ।

ଏଥିସହିତ ପଢ଼ନ୍ତୁ

ମିଥୁନ: ସମାଜସେବାରେ ନିଜକୁ ନିୟୋଜିତ କରିବେ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଯାତାୟାତ ସମୟରେ ସାବଧାନ ରୁହନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ।

କର୍କଟ: ଦିନଟି ମିଶ୍ରିତଫଳ ପ୍ରଦାନ କରିବ। ପାରିବାରିକ କାମରେ ବ୍ୟସ୍ତ ରହିବେ। ସାଙ୍ଗସାଥୀଙ୍କ ଦ୍ବାରା ସମସ୍ୟା ସମାଧାନର ରାସ୍ତା ପାଇବେ। କିଛି ଭୁଲ୍‌ ନିଷ୍ପତ୍ତି ନେଇ କଷ୍ଟ ପାଇପାରନ୍ତି।

ସିଂହ: ଦାମ୍ପତ୍ୟ ଜୀବନ ମଧୁର ରହିବ। ବ୍ୟବସାୟରେ ବାରମ୍ବାର ସମସ୍ୟା ଦେଖାଦେଇପାରେ । ସମୟର ସଠିକ୍‌ ଉପଯୋଗ କରନ୍ତୁ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ। କିଛି ନୂଆ କରିବାକୁ ଚେଷ୍ଟା କରିବେ।

କନ୍ୟା: ନିଜ ବୁଦ୍ଧି ମୁତାବକ କାର୍ଯ୍ୟ କରିବେ। ବାଦବିବାଦ ସ୍ଥିତିରେ ପଡ଼ିଯାଇ ପାରନ୍ତି। ଛାତ୍ରଛାତ୍ରୀମାନେ ନିଜକୁ ସୁଧାରିବାର ପ୍ରୟାସ କରିବେ। ମହିଳାମାନେ ସ୍ବାବଲମ୍ବୀ କରିବା ହେବା ପାଇଁ ସୁଯୋଗ ପାଇବେ।

ତୁଳା: ଅଧିକ ସମୟ ପରିବାରବର୍ଗଙ୍କ ସହ ବିତାଇବେ। ସାଙ୍ଗସାଥୀଙ୍କ ସହ ବୁଲାବୁଲି ପାଇଁ ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ ବ୍ୟବହାର ଅନ୍ୟକୁ ପ୍ରଭାବିତ କରିବ। ଜୀବନ ସାଥୀଙ୍କ ସହଯୋଗ ପାଇବେ।

ବିଛା: ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ପରିବାରରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ଭୂସମ୍ପତ୍ତି ଆଦିରେ ଅର୍ଥ ନିବେଶ କରିବେ। ସନ୍ତାନ ପାଇଁ ଚିନ୍ତିତ ରହିବେ। ଛାତ୍ରଛାତ୍ରୀମାନେ ଦୂରଯାତ୍ରା କରିପାରନ୍ତି।

ଧନୁ : ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। କିଛି ଆଶ୍ଚର୍ଯ୍ୟଜନକ ଉପହାର ପାଇପାରନ୍ତି। ବାଧ୍ୟତାମୂଳକ ଭାବେ କିଛି କାର୍ଯ୍ୟ କରିପାରନ୍ତି। ଅାବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଜୀବନରେ କିଛି ପରିବର୍ତ୍ତନ ଦେଖାଦେବ।

ମକର: ଅଟକି ରହିଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ବିବାଦୀୟ ପରିସ୍ଥିତିରେ ପଡ଼ିଯାଇପାରନ୍ତି। ସୁବର୍ଣ୍ଣ ସୁଯୋଗ ହାତ ଛଡ଼ା କରିପାରନ୍ତି। ଦାମ୍ପତ୍ୟ ଜୀବନ ମଧୁମୟ ରହିବ।

କୁମ୍ଭ: କର୍ମକ୍ଷେତ୍ରରେ ପଦୋନ୍ନତିରେ ସୁଯୋଗ ପାଇବେ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ଜୀବନ ସାଥୀଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। ପରିଶ୍ରମ କରି ସୁଫଳ ପାଇବେ। ବ୍ୟବସାୟରେ କ୍ଷତିରେ ପଡ଼ିପାରନ୍ତି।

ମୀନ: ଦିନଟି ଭଲରେ କଟିବ। ଆର୍ଥିକକ୍ଷେତ୍ର ମଜଭୁତ ରହିବ। ଅବିବାହିତ ମାନଙ୍କର ବିବାହ ସ୍ଥିର ହୋଇପାରେ । ଗୁରୁଜନଙ୍କଠାରୁ ପ୍ରେରଣା ପାଇବେ। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ।

Leave a comment