ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଜେଇ ହେଉଛି ରାଜଧାନୀ: ଆସନ୍ତାକାଲି ଭୁବନେଶ୍ବରର ୭୪ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ୭୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ନିଜ ଘର ଓ ଅନୁଷ୍ଠାନକୁ ଆଲୋକ ଓ ଦୀପରେ ସଜାଇବା ସହ ରାଜଧାନୀ ପ୍ରତିଷ୍ଠା ଉତ୍ସବକୁ ଧୂମଧାମରେ ପାଳନ କରନ୍ତୁ ବୋଲି ଭୁବନେଶ୍ବର ମହାନଗର ନଗମ ପକ୍ଷରୁ ଟ୍ବିଟ କରି କୁହାଯାଇଛି। ତେବେ ଚଳିତ ଥର କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳନ ହୋଇଥିଲା ଏହି ଉତ୍ସବ।


ସୂଚନା ଅନୁଯାୟୀ, ଆସନ୍ତାକାଲି ରାଜଧାନୀର ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ ପରେଡ ଅନୁଷ୍ଠିତ ହେବ। ସନ୍ଧ୍ଯାରେ ଉତ୍କଳମଣ୍ଡପରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଦ୍ବରା ସାସ୍କୃତିକ କାର୍ଯ୍ଯକ୍ରମର ପ୍ରତିଯୋଗିତା ରହିଛି। ସେହିପରି ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ ତାଙ୍କ ସାଥୀ କଳାକରଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯିବି। ଏହି କାର୍ଯ୍ଯକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,  ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ, ଭୁବନେଶ୍ବର ମେୟର ସୁଲଚନା ଦାସ, ଭୁବନେଶ୍ବରର ସମସ୍ତ ବଧାୟକ, ପୁଲିସ କମିଶନର, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ସମେତ ଅନେକ ଅତିଥି ଉପସ୍ଥିତ ରହିବେ।

Leave A Reply

Your email address will not be published.