ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୧୩-୦୪-୨୦୨୧ )

ମେଷ:କେତେକ କାର୍ଯ୍ୟକୁ ନେଇ ବିଚଳିତ ରହିବେ। ସାଂସାରିକ ଚଳଚଞ୍ଚଳ ରହିବେ। ରାଜନୀତିରେ ଦୂରଯାତ୍ରା କରିପାରନ୍ତି। ଶିଳ୍ପ ଓ ବାଣିଜ୍ୟରେ ଚିନ୍ତିତ ରହିବେ।  ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ବୃଷ:କର୍ମକ୍ଷେତ୍ରରେ ବ୍ୟୟ ବୃଦ୍ଧି ଓ ଅଭାବ ରହିବ। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ହତୋତ୍ସାହ ରହିବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ସ୍ବଳ୍ପ ଆୟ ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମିଥୁନ:ଉଚ୍ଚ ଆଶା ସଫଳ ହେବ। ପ୍ରଶାସନିକ ମାନମର୍ଯ୍ୟାଦା ବୃଦ୍ଧି ହେବ। ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ। କଳା,ବିଜ୍ଞାନ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କର୍କଟ:ବିଭିନ୍ନ ଉପାୟରେ ଆୟ କରିବେ। ଚାକିରିରେ ପଦୋନ୍ନତି ହୋଇପାରେ। ମହିଳାମାନେ ରକ୍ଷଣଶୀଳ ହେବେ। ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ ହେବ।  ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ଏଥିସହିତ ପଢ଼ନ୍ତୁ

ସିଂହ:ଯୋଜନା ମୁତାବକ କାର୍ଯ୍ୟ କରି ସଫଳ ହେବେ। ସାଂସାରିକ ସଂସ୍କାର ବୃଦ୍ଧି ପାଇବ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କନ୍ୟା:କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ଚାକିରିରେ ଅସହଯୋଗ ରହିବ। ପ୍ରଶାସନିକ ଅଭିଯୋଗ ଆସିପାରେ। ବାଣିଜ୍ୟରେ ହାନି ହୋଇପାରେ।।ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ତୁଳା:ଦିନଟି ସନ୍ତୋଷଜନକ ଫଳ ପାଇବେ। ଦାମ୍ପତ୍ୟ ସୁଖମୟ ରହିବ। ରାଜନୀତିରେ ଲୋକପ୍ରିୟ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ଉତ୍ସାହଜନକ ଫଳ ମିଳିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବିଛା:ପରିଶ୍ରମର ଫଳପ୍ରାପ୍ତି ହେବ। ଚାକିରିରେ ସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ରାଜନୀତିରେ ବ୍ୟସ୍ତତା ଭିତରେ କଟିବ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଧନୁ:ଶୃଙ୍ଖଳିତ ଧାରାରେ କାର୍ଯ୍ୟ ସମ୍ପାଦନ କରିବେ। ଚାକିରିରେ ନିଷ୍ଠାପର ରହିବେ। ପ୍ରଶାସନିକ  ଦାୟିତ୍ଵବୋଧ ରହିବ। ବାଣିଜ୍ୟରେ ଲାଭଜନକ ରହିବ।ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ।  ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ମକର:କାର୍ଯ୍ୟ ବିଳମ୍ବ ଓ ଅଶାନ୍ତି ଦେଖାଦେବ। ମହିଳାମାନେ ହତାଦର ହୋଇପାରନ୍ତି। ଚାକିରିରେ ଅସହଯୋଗ ରହିବ। ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

କୁମ୍ଭ:ସମାଜରେ ଉତ୍ତମ ଆସନରେ ଅଳଙ୍କୃତ ହେବେ। ଉଭୟେ ପ୍ରେମ ଓ ସାଂସାରିକ ସମ୍ପର୍କ ମଧୁର ରହିବ। ପ୍ରଶାସନିକ ଉଚ୍ଚସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ମୀନ:ଆର୍ଥିକ ସ୍ତରରେ ଉନ୍ନତି ହେବ। ପ୍ରଶାସନିକ ଓ ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ଲାଭଜନକ ରହିବ।  ଶୁଭ ଅଙ୍କ-୯,ଶୁଭ ରଙ୍ଗ-କମଳା

Leave A Reply

Your email address will not be published.