ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୧୩ -୧୦-୨୦୨୧ )

ମେଷ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ଚାକିରିରେ ଦାୟିତ୍ବବୋଧ ରହିବ। ମହିଳା ଧର୍ମ ପରାୟଣା ହେବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଅଧବସାୟୀ ହେବେ | ଶୁଭ ଅଙ୍କ – ୭, ଶୁଭ ରଙ୍ଗ – କଫି

ବୃଷ: ଦିନଟିରେ ଅଶାନ୍ତି ଓ କାର୍ଯ୍ୟହାନି ଦେଖାଦେବ। ଚାକିରିରେ ଅସହଯୋଗ ରହିବ। ରାଜନୀତିରେ ବିଷମ ପରିସ୍ଥିତି ରହିବ । ବାଣିଜ୍ୟ ବାଧା ବିଘ୍ନ ରହିବ । ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲଭର୍

ମିଥୁନ: କର୍ମକ୍ଷେତ୍ରରେ ପ୍ରେରଣା ଓ ଉତ୍ସାହ ମିଳିବ । ଚାକିରିରେ ସହଯୋଗ ମିଳିବ । ମହିଳାମାନେ ସୁଖୀ ରହିବେ । ପରିବହନ, ବାଣିଜ୍ୟ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ବାଇଗଣୀ

କର୍କଟ: ଦିନଟି ବ୍ୟସ୍ତତା ଭିତରେ କଟିବ । ଚାକିରିରେ ଧନସମ୍ମାନ ପାଇବେ । ପ୍ରଶାସନିକ ସକ୍ରିୟ ରହିବେ । ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଉଚ୍ଚ ଶିକ୍ଷା ପ୍ରତି ଆଗ୍ରହୀ ହେବେ | ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ଗୋଲଡେନ୍

ଏଥିସହିତ ପଢ଼ନ୍ତୁ

ସିଂହ : ଯୋଜନା କରି ସଫଳତା ପାଇବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

କନ୍ୟା : ବ୍ୟୟ ବହୁଳତା କାରଣରୁ ଅଭାବ ଦେଖାଦେବ। ଚାକିରିରେ କାର୍ଯ୍ୟ ବହୁଳ ରହିବ । ମହିଳା ହତାଦର ହେବେ । ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍

ତୁଳା: ଦିନଟି ବ୍ୟସ୍ତତା ଭିତରେ କଟିବ। ଚାକିରିରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ମହିଳା ପରିଶ୍ରମୀ ରହିବେ। ବାଣିଜ୍ୟ ପ୍ରସାର ହେବ । ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ – ୨, ଶୁଭ ରଙ୍ଗ – ଧଳା

ବିଛା : ବିଭିନ୍ନ ଉପାୟରେ ଉପାର୍ଜନ କରିବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ —ହଳଦିଆ

ଧନୁ : ଦିନଟି ଚଳଚଞ୍ଚଳ ରହିବେ। ପ୍ରଶାସନିକ ଓ ରାଜନୀତିରେ ସୁନାମ  ପାଇବେ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ଲୋକପ୍ରିୟ ହେବେ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ –ନୀଳ

ମକର : କୌଣସି କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ । ଚାକିରିରେ ବ୍ୟସ୍ତ ବିବ୍ରତ ରହିବେ । ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – କଳା

କୁମ୍ଭ : ଉଚ୍ଚଆଶା ସଫଳ ହେବ । ସାଂସାରିକ କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ। ରାଜନୀତିରେ ପ୍ରସିଦ୍ଧି ପାଇବେ। ବାଣିଜ୍ୟ ଆଶାନୁରୂପ ଫଳ ପାଇବେ ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ମୀନ : କର୍ମ କ୍ଷେତ୍ରର ପରିସର ବୃଦ୍ଧି ପାଇବେ। ଚାକିରିରେ ସହଯୋଗ ପାଇବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ପରିବହନ ଓ ବାଣିଜ୍ୟରେ ଉନ୍ନତି ହେବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ –୩, ଶୁଭ ରଙ୍ଗ —ଗୋଲଡେନ୍

Leave A Reply

Your email address will not be published.