ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇନ୍ଦୋରରେ ରାମ ମନ୍ଦିରର କୂଅ ଛାତ ଭୁଶୁଡିବା ଘଟଣା: ୧୩ ମୃତ, ୧୦ ଉଦ୍ଧାର

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରଠାରେ ପବିତ୍ର ରାମନବମୀ ଅବସରରେ ବଡ ଦୁର୍ଘଟଣା ଘଟିଛି । ଆଜି ସ୍ନେହା ନଗର ଅଞ୍ଚଳରେ ଥିବା ଶ୍ରୀ ବାଲେଶ୍ୱର ମନ୍ଦିରରେ ଅଭାବନୀୟ ଘଟଣା ଘଟିଥିଲା। ରାମନବମୀ ପାଇଁ ପୂଜା ଚାଲିଥିବା ବେଳେ ମନ୍ଦିରର ଭୂତଳ କୂଅର ଛାତ ଭୁଶୁଡି ପଡ଼ିବାରୁ ପ୍ରାୟ ୨୩ଜଣ ତଳକୁ ଖସିପଡ଼ିଥିଲେ। ଏହି ଅଘଟଣରେ ୧୦ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଏହି ମନ୍ଦିରରେ କୂଅ ଉପରେ ଛାତ ତିଆରି କରାଯାଇଥିଲା। ରାମ ନବମୀ ପାଇଁ ଅଧିକ ଶ୍ରଦ୍ଧାଳୁ ଆସିଥିବାରୁ ଏହି ଛାତ ଶ୍ରଦ୍ଧାଳୁଙ୍କ ଭାର ସହି ନ ପାରି ଭୁଶୁଡି ପଡ଼ିଥିଲା। ଫଳରେ କୂଅର ଛାତ ଉପରେ ଥିବା ଶ୍ରଦ୍ଧାଳୁ ତଳକୁ ଖସି ପଡ଼ିଥିଲେ।

Leave A Reply

Your email address will not be published.