ଧାମରା ରେଳଧାରଣାରେ ମାଲବାହୀ ଟ୍ରେନର ୧୩ଟି ବଗି ଲାଇନଚ୍ୟୁତ

ଭଦ୍ରକ: ଭଦ୍ରକ-ଧାମରା ରେଳଧାରଣାରେ ଆଜି ମଧ୍ୟାହ୍ନ ସମୟରେ ଭଦ୍ରକରୁ ଧାମରା ଯାଉଥିବା ଏକ ଖାଲି ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଉକ୍ତ ମାଲବାହୀ ଟ୍ରେନର ୧୩ ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଏହା ଭଦ୍ରକ ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣା ପଡିଛି । ଖାଲି ଥିବା ଏହି ବାଲବାହୀ ଟ୍ରେନଟି ଧାମରା ଅଭିମୁଖେ ଯାଉଥିବା ସମୟରେ ଏଭଳି ଅଘଟଣ ଘଟିଛି । ଖାଲି ଟ୍ରେନ ଟିରେ ମୋଟ ୬୦ ଟି ବଗି ଥିବା ବେଳେ ଏଥିମଧ୍ୟରୁ ୧୩ ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୪ଟି ବଗି ଓଲଟି ପଡିଥିବା ଜଣାଯାଇଛି । ଖବର ପାଇ ରେଳବାଇର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ତେବେ ଏହି ଲାଇନଚ୍ୟୁତ ଯୋଗୁଁ କିଛି କ୍ଷୟକ୍ଷତି ଘଟିନଥିବା ଜଣାଯାଇଛି । ଅପରପକ୍ଷରେ ଲାଇନଚ୍ୟୁତ ହେବା ଯୋଗୁଁ ଆଜି ମଧ୍ୟାହ୍ନରୁ ଏହି ରେଳପଥରେ କୌଣସି ଟ୍ରେନ ଯାତାୟତ କରିପାରୁନାହିଁ ।

Leave a comment