ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୧୨ -୧୧- ୨୦୨୧ )

ମେଷ: ବହୁଦିନର କାର୍ଯ୍ୟ ସଫଳ ହେବ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ପ୍ରଶାସନିକ ପ୍ରଭାବଶାଳୀ ରହିବେ । ମହିଳାମାନେ ଆଦର ସମ୍ମାନ ପାଇବେ । ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ – ୭, ଶୁଭ ରଙ୍ଗ – କଫି ୧

ବୃଷ: କୌଣସି ବଡ଼ ଧରଣର କାର୍ଯ୍ୟ ସମାପନ କରି ଆଶ୍ବସ୍ତି ହେବେ। ଚାକିରିରେ ପଦୋନ୍ନତି ହୋଇପାରେ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।

ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ମିଥୁନ : ଅନ୍ୟ ପାଇଁ ସମସ୍ୟାରେ ପଡ଼ିପାରନ୍ତି। ଚାକିରିରେ କାର୍ଯ୍ୟବହୁଳ ରହିବ। ରାଜନୀତିରେ ଉତ୍ତେଜନା ସ୍ଥିତି ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍

ଏଥିସହିତ ପଢ଼ନ୍ତୁ

କର୍କଟ: କର୍ମକ୍ଷେତ୍ର ନୈରାଶ୍ୟଜନକ ରହିବ। ଚାକିରି ସମସ୍ୟା ଘେରରେ ରହିବେ | ରାଜନୀତିରେ ଶତ୍ରୁବୃଦ୍ଧି ହେବେ । ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ତ୍ରୁଟି କରି ପାରନ୍ତି । ଶୁଭ ଅଙ୍କ –୨, ଶୁଭ ରଙ୍ଗ – ଧଳା

ସିଂହ : ଅଜଣା ବ୍ୟକ୍ତିଙ୍କର ସହଯୋଗ ପାଇବେ । ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟରେ ଉତ୍ତମ ଆୟ ହେବ । ଶିକ୍ଷାର୍ଥୀ ସଫଳ ହେବେ ।

ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ଲାଲ୍

କନ୍ୟା : ଦିନଟି କର୍ମତତ୍ପର ରହିବେ। ଚାକିରିରେ ସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ପରିଶ୍ରମୀ ହେବେ । ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର୍

ତୁଳା: କୌଣସି ମହତ କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରଯାତ୍ରା କରି ପାରନ୍ତି। ମହିଳାମାନେ ଚଳଚଞ୍ଚଳ ରହିବେ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ପୁଞ୍ଜି ନିବେଶ କରି ସଫଳ ହେବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ – ଧଳା

ବିଛା: ଦିନଟି ସମସ୍ୟା ବହୁଳ ରହିବ। ଚାକିରିରେ ଅପଦସ୍ତ ହୋଇପାରନ୍ତି। ରାଜନୀତିରେ ବିରୋଧୀ ପ୍ରଭାବିତ କରିବେ | ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସ୍ଥିରମନା ରହିବେ। ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍

ଧନୁ: ନିଜର ବୁଦ୍ଧିମତ୍ତ ଦ୍ବାରା କାର୍ଯ୍ୟ ହାସଲ କରିବେ । ଚାକିରିରେ ପଦୋନ୍ନତି ହୋଇପାରେ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ବାଣିଜ୍ୟରେ ଉଚ୍ଚ ଲାଭ ମିଳିବ। ଶୁଭ ଅଙ୍କ – ୭, ଶୁଭ ରଙ୍ଗ – କଫି

ମକର : ପରିଶ୍ରମର ଉପଯୁକ୍ତ ଫଳ ପାଇବେ । ମହିଳାମାନେ କର୍ମତତ୍ପର ରହିବେ । ଚାକରିରେ ଦୂରଯାତ୍ରା କରିପାରନ୍ତି । ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ଗୋଲ୍‌ଡ଼େନ୍

କୁମ୍ଭ: ଦିନଚର୍ଯ୍ୟା ବିଳାସ ବ୍ୟସନ ଭିତରେ କଟିବ। ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ପ୍ରଶଂସା ପାଇବେ । ବାଣିଜ୍ୟରେ ସୁଫଳ ମିଳିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ। ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର୍

ମୀନ: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ସାଂସାରିକ ଜଟିଳ ପରିସ୍ଥିତି ରହିବ | ମହିଳାମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ରହିପାରେ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସମସ୍ୟା ରହିବ। ଶୁଭ ଅଙ୍କ –୩, ଶୁଭ ରଙ୍ଗ – ହଳଦିଆ

Leave A Reply

Your email address will not be published.