ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୧୨ – ୦୫ – ୨୦୨୨ )

ମେଷ: କୌଣସି ଅପ୍ରୀତିକର ପରିସ୍ଥିତିରେ ପଡ଼ିପାରନ୍ତି। ସକାରାତ୍ମକ ଚିନ୍ତା ରଖନ୍ତୁ। ବାଧାବିଘ୍ନ ଦୂରହେବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ବନ୍ଧୁବାନ୍ଧବଙ୍କ ସହ ମିଳିମିଶା ବଢ଼ିବ। ପାରିବାରର ସାହାଯ୍ୟ ଲୋଡ଼ିବେ।

ବୃଷ: ଦିନଟି ଭଲ ରହିବ। ବେପାରୀମାନେ ଲାଭବାନ ହେବେ। କର୍ମକ୍ଷେତ୍ରରେ ଉପହାର ପାଇପାରନ୍ତି। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମିଥୁନ: ପ୍ରିୟଜନଙ୍କୁ ନିରାଶ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। ଆର୍ଥିକ କ୍ଷେତ୍ରରେ ସୁଧାର ଦେଖାଦେବ। ପରିବାର ସଦସ୍ୟଙ୍କ ଭଲମନ୍ଦ ବୁଝାବୁଝି କରିବେ। ଗାଡ଼ି ଚଳାଇବା ସମୟରେ ସାବଧାନ ରୁହନ୍ତୁ।

କର୍କଟ: ଦୀର୍ଘଦିନର ଅପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ଧାର ଦେଇଥିବା ଧନ ଫେରି ପାଇବେ। ଉଚ୍ଚାଧିକାରୀଙ୍କ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ପାରିବାରିକ ସମ୍ପର୍କ ମଧୁର ହେବ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ମଧ୍ୟମ ଧରଣର ରହିବ। ଗୁରୁଜନଙ୍କ ସହ ମତଭେଦ ଦେଖାଦେଇପାରେ। ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପରିଶ୍ରମୀ ହେବେ। ଜୀବନସାଥୀଙ୍କ ବ୍ୟବହାରରେ ଦୁଃଖିତ ହୋଇପାରନ୍ତି।

କନ୍ୟା: ଦିନଟି ଉତ୍ସାହମୟ ରହିବ। ସହକର୍ମୀଙ୍କ ଉପରେ ସହଜରେ ଭରସା କରନ୍ତୁ ନାହିଁ। ଅର୍ଥପ୍ରାପ୍ତିର ଯୋଗ ରହିଛି। ବିବାଦୀୟ ସ୍ଥିତିରୁ ଦୂରେଇ ରହନ୍ତୁ। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରହିବ।

ତୁଳା: ଭାଇଭଉଣୀଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ବିଛା: ଅବିବାହିତମାନଙ୍କ ପାଇଁ ଦିନଟି ଭଲ ରହିବ। ସନ୍ତାନସନ୍ତତିଙ୍କୁ ନେଇ ଖୁସିରେ ରହିବେ। ମହିଳାମାନେ ଆଦରଣୀୟା ହେବେ। ଆର୍ଥିକ ସ୍ଥିତି ମଜଭୁତ୍‌ ହେବ। ଛାତ୍ରଛାତ୍ରୀ ପଢ଼ାଲେଖାରେ ମନ ଦେବେ।

ଧନୁ: ଘରୋଇ ସମସ୍ୟା ଉପୁଜିପାରେ । ମନରେ ନୂତନ ବିଚାରାଧାରା ଆସିବ। ଆୟ ଅଧିକ ରହିବ। ଭ୍ରମଣଯୋଗ ରହିଛି। ଉଚ୍ଚାଧିକାରୀଙ୍କ ସାହଯ୍ୟରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ।

ମକର: ନୂତନ ଗୃହ କ୍ରୟ କରିବା ପାଇଁ ଯୋଜନା କରିବେ। ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବେ। ମାନସମ୍ମାନର ଅଧିକାରୀ ହେବେ। ଦାମ୍ପତ୍ୟ ଜୀବନ ମଧୁର ହେବ। ଭାଇଭଉଣୀଙ୍କ ସହଯୋଗ ପାଇବେ।

କୁମ୍ଭ: ଦିନଟି ଚଳଚଞ୍ଚଳ ରହିବେ। ଅଚାନକ ଧନ ଲାଭ ହୋଇପାରେ। ସହକର୍ମୀଙ୍କ ସହ ତର୍କବିତର୍କ ହୋଇପାରେ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ ରହିବ।

ମୀନ: ଗୁରୁଜନଙ୍କ କଥାକୁ ମାନି ଚଳନ୍ତୁ। ଚାକିରିରେ ଦାୟିତ୍ବବୋଧ ରହିବ। ଦେହ ଓ ମନ ଭଲ ରହିବ। ଲେଖାପଢ଼ାରେ ଭାଇଭଉଣୀଙ୍କ ସାହଯ୍ୟ ଲୋଡ଼ିପାରନ୍ତି। ପାରିବାରିକ ଜୀବନ ସୁଖମୟ ରହିବ।

Leave A Reply

Your email address will not be published.