ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୧୨ – ୦୪ – ୨୦୨୨ )

ମେଷ: କୌଣସି ବଡ଼ଧରଣର ସଫଳତା ପାଇପାରନ୍ତି। ଚାକିରିରେ ସମ୍ମାନିତ ହେବେ। ରାଜନୀତିରେ ସୁନାମ ପାଇବେ। ପରିବହନ ଓ ବାଣିଜ୍ୟରେ ଉତ୍ତମ ଫଳ ପାଇବେ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍‌।

ବୃଷ: ଦେହ ଓ ମନ ଭଲ ରହିବ। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ମହିଳାମାନେ କର୍ମତତ୍ପର ରହିବେ। ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲ୍‌ଭର୍‌।

ମିଥୁନ: ଶ୍ରୀଚନ୍ଦ୍ର କାରଣରୁ ସୁଖ ସନ୍ତୋଷ ଭିତରେ କଟିବ। ରାଜନୀତିରେ ଲୋକପ୍ରିୟତା ବଢ଼ିବ। ଚାକିରିରେ ସହଯୋଗ ମିଳିବ। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା।

କର୍କଟ: ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡ଼ି ଯାଇପାରେ। ଚାକିରିରେ ଅସହଯୋଗ ମନେ ହେବ। ରାଜନୀତିରେ ବିବାଦୀୟ ପରିସ୍ଥିତି ରହିବ। ବାଣିଜ୍ୟ ମନ୍ଥର ରହିବ। ଶିକ୍ଷାର୍ଥୀ ଆଳସ୍ୟ ରହିବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲ୍‌ଡେନ୍‌।

ଏଥିସହିତ ପଢ଼ନ୍ତୁ

ସିଂହ: ବିଭିନ୍ନ ଉପାୟରେ ଆୟ କରିବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ରାଜନୀତିରେ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ ଯଶ ପାଇବେ। ଶୁଭ ଅଙ୍କ-୫,ଶୁଭ ରଙ୍ଗ- ସବୁଜ।

କନ୍ୟା: କିଛିଟା ସମସ୍ୟା ଭିତରେ ଆଗେଇ ଚାଲିବେ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ- ମେଟାଲିକ୍‌।

ତୁଳା: ବହୁ ପରିଶ୍ରମ କରି ସଫଳତା ପାଇବେ। ସାଂସାରିକ ଧର୍ମକର୍ମରେ ମନ ରହିବ। ରାଜନୀତିରେ ସମ୍ମାନିତ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ- ୬,ଶୁଭ ରଙ୍ଗ- ଧଳା।

ବିଛା: ହେଉଥିବା କାର୍ଯ୍ୟ ବିଗିଡ଼ି ଯାଇପାରେ। ଚାକିରିରେ ସମସ୍ୟା ଭିତରେ ରହିବେ। ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ହତୋତ୍ସାହ ରହିବେ। ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ମେରୁନ୍‌।

ଧନୁ: କର୍ମକ୍ଷେତ୍ରରେ ଉତ୍ସାହଜନକ ରହିବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ। ଶୁଭ ଅଙ୍କ- ୨ ,ଶୁଭ ରଙ୍ଗ- ସବୁଜ।

ମକର: ଦୁଃସାହସିକ ଭିତ୍ତିରେ କାର୍ଯ୍ୟ କରି ସୁଫଳ ପାଇବେ। ଚାକିରିରେ ସମ୍ମାନିତ ହେବେ। ରାଜନୀତିରେ ସକ୍ରିୟ ହେବେ। ବାଣିଜ୍ୟରେ ସଫଳତା ପାଇବେ। ଶିକ୍ଷାର୍ଥୀ ଅଧ୍ୟୟନରତ ରହିବେ। ଶୁଭ ଅଙ୍କ- ୫,ଶୁଭ ରଙ୍ଗ- ସବୁଜ।

କୁମ୍ଭ: ପରିଶ୍ରମର ଫଳ ପାଇବେ। ସନ୍ତାନ ସନ୍ତତିମାନେ ଉନ୍ନତି କରିବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ପରିବହନ ଓ ବାଣିଜ୍ୟରେ ସୁଫଳ ପାଇବେ। ଶିକ୍ଷାର୍ଥୀ ଆଜ୍ଞାଧୀନ ରହିବେ। ଶୁଭ ଅଙ୍କ- ୮,ଶୁଭ ରଙ୍ଗ- ନୀଳ।

ମୀନ: କାର୍ଯ୍ୟ ବିଳମ୍ବ ଓ ସମସ୍ୟା ଭିତରେ ରହିବେ। ମହିଳାମାନେ ଉଦାସ ରହିବେ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଫଳ ପାଇବେ ନାହିଁ। ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ- ଗୋଲ୍‌ଡେନ୍‌।

Leave A Reply

Your email address will not be published.