ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୧୨ – ୦୮ – ୨୦୨୨ )

ମେଷ: ବୁଝି ବିଚାରି କାର୍ଯ୍ୟ କରି ସଫଳତା ପାଇବେ। ସମ୍ପର୍କରେ ନିବିଡ଼ତା ବଢ଼ିବ। ଆର୍ଥିକ ସ୍ତରରେ ଉନ୍ନତି କରିବେ। କର୍ମକ୍ଷେତ୍ରରେ ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ।

ବୃଷ: ଅକସ୍ମାତ୍‌ ଲାଭବାନ ହୋଇପାରନ୍ତି। ପଦୋନ୍ନତିର ସମ୍ଭାବନା ରହିଛି। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଦରକାରୀ ସାମଗ୍ରୀକୁ ଧ୍ୟାନର ସହ ରଖନ୍ତୁ। ସାଙ୍ଗସାଥୀଙ୍କ ସହ ଭଲ ସମୟ କଟିବ।

ମିଥୁନ: ଉତ୍ସାହର ସହ କାର୍ଯ୍ୟ କରି ପ୍ରଶଂସା ସାଉଁଟିବେ। ନୂଆ ଲୋକଙ୍କ ସହ ବନ୍ଧୁତା ସ୍ଥାପନ ହୋଇପାରେ। ନିଜ ଲକ୍ଷ୍ୟ ପୂରଣ କରିବାକୁ ଯାଇ ଅଧିକ ପରିଶ୍ରମୀ ହେବେ।

କର୍କଟ: ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଅସହାୟ ଲୋକଙ୍କୁ ସାହଯ୍ୟ କରି ଆତ୍ମସେନ୍ତୋଷ ପାଇବେ। କର୍ମକ୍ଷେତ୍ରରେ ଚିନ୍ତାଜନକ ପରିସ୍ଥିତି ଦେଖାଦେଇ ପାରେ ।

ଏଥିସହିତ ପଢ଼ନ୍ତୁ

ସିଂହ: ସମସ୍ତ କାର୍ଯ୍ୟକୁ ଉତ୍ସାହର ସହ ସମାପନ କରିବେ। କର୍ମକ୍ଷେତ୍ରରେ ଦାୟିତ୍ବଭାର ଅଧିକ ରହିବ। ଯାତ୍ରା ସମୟରେ ଦରକାରୀ କାଗଜପତ୍ରକୁ ଧ୍ୟାନରେ ରଖନ୍ତୁ।

କନ୍ୟା: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବିଭିନ୍ନକ୍ଷେତ୍ରରୁ ସଫଳତା ପାଇବେ। ନୂତନ ନିଯୁକ୍ତି ଯୋଗ ରହିଛି। ଅଟକି ରହିଥିବା ଧନ ଫେରିପାଇବେ।

ତୁଳା: କୌଣସି ସ୍ଥାନରୁ ଶୁଭ ସମାଚାର ପାଇବେ। ଆପଣଙ୍କ ବ୍ୟବହାରରେ ଅନ୍ୟମାନେ ଖୁସି ହେବେ। ବରିଷ୍ଠ ଅଧିକାରୀଙ୍କ ସହ ମିଳାମିଶା ବଢ଼ିବ।

ବିଛା: ଅକସ୍ମାତ୍‌ କୌଣସି ସ୍ଥାନରୁ ଆର୍ଥିକଲାଭ ପାଇବେ। ପରିବାରରେ ଅସ୍ଥିରତା ଦେଖାଦେବ। କର୍ମକ୍ଷେତ୍ରରେ ପ୍ରିୟ ସହକର୍ମୀଙ୍କଠାରୁ ସହଯୋଗ ପାଇବେ।

ଧନୁ: ଉନ୍ନତିର ନୂତନ ପଥ ଉନ୍ମୁକ୍ତ ହେବ। ବରିଷ୍ଠ ଅଧିକାରୀ ସାହାଯ୍ୟର ହାତ ବଢ଼ାଇବେ। କଠିନ ପରିଶ୍ରମ କରି ଛାତ୍ରଛାତ୍ରୀ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ମଧୁର ରହିବ।

ମକର: ମାନସିକ ଚିନ୍ତା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରବାହ ପକାଇପାରେ। ନୂତନ ଗୃହ କ୍ରୟ କରିବାରୁ ବିରତ ରୁହନ୍ତୁ। ସାଙ୍ଗସାଥୀଙ୍କ ପ୍ରତାରଣାର ଶିକାର ହେବେ।

କୁମ୍ଭ: ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। ସାଙ୍ଗସାଥୀଙ୍କ ସହଯୋଗରେ ସମସ୍ୟାର ସମାଧାନ ରାସ୍ତା ପାଇବେ। ଦ୍ବନ୍ଦ୍ବରେ ରହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସମ୍ପର୍କରେ ବିଶ୍ବାସ ଓ ନିବିଡ଼ତା ବୃଦ୍ଧି ପାଇବ।

ମୀନ: ଆବଶ୍ୟକତାଠାରୁ ଅଧିକ କାର୍ଯ୍ୟ କରି ଥକ୍କା ଅନୁଭବ କରିବେ। ମାନସିକ ଅଶାନ୍ତିର ଶିକାର ହେବେ। ଭ୍ରମଣରେ ଅଯଥା ଖର୍ଚ୍ଚ କରି ହଇରାଣରେ ପଡ଼ିପାରନ୍ତି। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ।

Leave A Reply

Your email address will not be published.