ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିମାନ ଭର୍ତ୍ତି କରୋନା : ଇଟାଲୀରୁ ଅମୃତସର ଆସିଥିବା ଫ୍ଲାଇଟରେ ୧୨୫ ଯାତ୍ରୀ କରୋନା ପଜିଟିଭ୍

ଅମୃତସର: ଦେଶରେ କରୋନା ସଂକ୍ରମଣ ଭୟଙ୍କର ଗତିରେ ବଢ଼ିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଓମିକ୍ରନ ପାଇଁ ଦେଶରେ ସଂକ୍ରମଣ ମାମଲା ହଠାତ କ୍ଷିପ୍ରବେଗରେ ମାଡିଚାଲିଛି। ଦେଶର ବିଭିନ୍ନ ଅଫିସ ଏବଂ ସ୍କୁଲ-କଲେଜରେ ହଠାତ ବହୁ ମାତ୍ରାରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଆଜି ଏକ କରୋନା ବିସ୍ଫୋରଣର ଏକ ଚିନ୍ତାଜନକ ଖବର ଆସିଛି। ଇଟାଲୀରୁ ଅମୃତସର ଆସିଥିବା ଏକ ଚାଟାର୍ଡ ଫ୍ଲାଇଟରେ ୧୨୫ ଯାତ୍ରୀ କରୋନା ପଜିଟିଭ ଥିବା ଜଣାପଡିଛି।

ଇଟାଲୀରୁ ଆସିଥିବା ଏହି ଚାର୍ଟାଡ ବିମାନରୁ ୧୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ ଏହି ବିମାନରେ ମୋଟ ୧୭୯ ଜଣ ଯାତ୍ରୀ ଥିଲେ । ସେଥିମଧ୍ୟରୁ ୧୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ବିମାନ ବନ୍ଦରରେ ଆତଙ୍କ ଖେଳିଯାଇଛି । ତେବେ ଏହି ବିମାନରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ବର୍ତ୍ତମାନ ଅମୃତସରରେ କ୍ୱାରେଣ୍ଟାଇନରେ ରଖାଯାଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ବ୍ୟକ୍ତି ଇଟାଲୀରେ ଟିକା ନେଇଥିଲେ ।


ପ୍ରଥମେ ନ୍ୟୁଜ ଏଜେନ୍ସି ଏଏନ୍‌ଆଇ କହିଥିଲାକି ଇଟାଲୀରୁ ଆସିଥିବା ଏହି ବିମାନଟି ଏୟାର ଇଣ୍ଡିଆର। କିନ୍ତୁ ପରେ ଏୟାର ଇଣ୍ଡିଆ ଏହାକୁ ଖଣ୍ଡନ କରିଛି। ରୋମ୍‌ରୁ ଏୟାର ଇଣ୍ଡିଆର କୌଣସି ପ୍ଲାଇଟ୍‌ ଭାରତ ଆସିନାହିଁ ବୋଲି କହିଛି। ଏହାପରେ ଅମୃତସର ବିମାନବନ୍ଦରର ନିର୍ଦ୍ଦେଶ ବି.କେ. ସେଠ୍‌ କହିଛନ୍ତି ଯେ ଏକ ଚାର୍ଟାଡ ଫ୍ଲାଇଟ୍‌ରେ ଆସିଥିବା ସବୁ ଯାତ୍ରୀଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା ଯେଉଁଥିରୁ ଶହେରୁ ଅଧିକ ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।ସବୁ ସଂକ୍ରମିତଙ୍କୁ ଅମୃତସରରେ କ୍ଵାରେଣ୍ଟାଇନରେ ରଖା ଯାଇଛି। ସବୁଠାରୁ ବଡ କଥା ହେଇଛି ଏହା ପ୍ରଥମ ଘଟଣା ଯେଉଁଠି ଏତେ ସଂଖ୍ୟକ ବିମାନ ଯାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୪୯୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥସହ ଭାରତରେ ମୋଟ ଓମିକ୍ରନ୍ ମାମଲା ୨,୬୩୦ କୁ ବୃଦ୍ଧି ପାଇଛି । କରୋନାର ଏହି ନୂଆ ଭାରିଆଣ୍ଟ ୨୬ଟି ରାଜ୍ୟରେ ପହଞ୍ଚିଲାଣି । ଦିଲ୍ଲୀ (୪୬୫) ଏବଂ ମହାରାଷ୍ଟ୍ର (୭୯୭) ରେ ସର୍ବାଧିକ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି। ଦେଶରେ ଆଜି କରୋନାର ୯୦,୯୨୮ ମାମଲା ରିପୋର୍ଟ ହୋଇଛି । ଏଥି ସହିତ ଆଜି ୩୨୫ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଦୁଇ ଲକ୍ଷ ୮୫ ହଜାର ୪୦୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.