ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅସହ୍ୟ ହେଲା ଘରୋଇ ଆଇଟିଆଇ କଲେଜ କର୍ତ୍ତୃପକ୍ଷଙ୍କ ନିର୍ଯ୍ୟାତନା : ରାତିରେ ୩୦ କିମି ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ୧୨ ଆଦିବାସୀ ଛାତ୍ର

ବାରିପଦା : ଏକ ଘରୋଇ ଆଇଟିଆଇ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଜୁଲମ ସହି ନପାରି ରାତିର ଅନ୍ଧାରରେ ୩୦କିମି ଚାଲି ଚାଲି ଏକ ଘରୋଇ ଆଇଟିଆଇ ଛାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇବା ପର୍ଯ୍ୟନ୍ତ କାର୍ଯ୍ୟାଳୟ ବାରଣ୍ଡାରେ ଅପେକ୍ଷା କରି ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଠାରେ ଥିବା ‘ରୀତୟନୀ’ ବୈଷୟିକ ତାଲିମ କେନ୍ଦ୍ରରେ କର୍ତ୍ତୃପକ୍ଷଙ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନାର ଶିକାର ହୋଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ନ୍ୟାୟ ନମିଳିବାରୁ ମଙ୍ଗଳବାର ରାତିରେ ଚାଲି ଚାଲି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ୧୨ ଜଣ ଛାତ୍ର ।

ପିଲାମାନଙ୍କ କହିବା ମୁତାବକ ମାତ୍ର ୧ ମାସ ପୂର୍ବରୁ ହିଁ ପାଠପଢ଼ା ଆରମ୍ଭହୋଇଛି ଏବଂ ତାହାରି ମଧ୍ୟରେ ସେମାନଙ୍କୁ ପରୀକ୍ଷା ଦେବାପାଇଁ ବାଧ୍ୟ କରାଯାଉଛି । ବିନା ପାଠପଢ଼ାରେ କେମିତି ପରୀକ୍ଷା ଦେବା ବୋଲି ପ୍ରଶ୍ନ କରିବାରୁ ପିଲାମାନଙ୍କୁ ନାଲିଆଖି ଦେଖାଇଥିଲେ କଲେଜ୍ କର୍ତ୍ତୃପକ୍ଷ । ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ; ପିଲାମାନଙ୍କୁ କେତେବେଳେ ପରୀକ୍ଷା ପାଇଁ ଆଇଟିଆଇ କଲେଜ୍‌ ପକ୍ଷରୁ ଆଡମିଟ୍ କାର୍ଡ଼ ଦିଆଯାଇଥିଲା ସେଥିରେ ଅନେକ ପିଲାଙ୍କର ଟ୍ରେଡ୍ ବଦଳିଯାଇଥିଲା । ଯାହାକି ସେମାନଙ୍କ ପାଇଁ ଆହୁରି ସମସ୍ୟା ସୃଷ୍ଟି କରିଥିଲା । ତେଣୁ ଏ ବାବଦରେ ପିଲାମାନେ କଲେଜ୍‌ କର୍ତ୍ତୃପକ୍ଷ ତଥା ଅଧ୍ୟକ୍ଷଙ୍କୁ ଅଭିଯୋଗ କରିବାରୁ ନକରି ପରୀକ୍ଷା ଦେବାପାଇଁ ବାଧ୍ୟ କରିଥିଲେ ।

ଆଉ ପିଲାମାନେ ଏଥିରେ ରାଜି ନହେବାରୁ ପ୍ରିନ୍ସିପାଲଙ୍କ ସାନ ଭାଇ ଆସି ପିଲାମାନଙ୍କୁ ଅନେକ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ଏହି ଆଦିବାସୀ ଛାତ୍ରମାନେ । ଏହାର କୌଣସି ସମାଧାନ ନକରି କିଛି ପିଲା ମାନଙ୍କୁ ହଷ୍ଟେଲରୁ ବାହାର କରିଦେଇଥିବା ବେଳେ ୧୨ଜଣ ପିଲା ଗତକାଲି ସଂଧ୍ୟାରେ ପାଖାପାଖି ୧୨ କିମି ଚାଲିଚାଲି ଯାଇ କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ନ୍ୟାୟ ପାଇଁ ପୁଣି ରାତିରେ ୧୮ କିମି ଚାଲିଚାଲି ଆସି ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋର ୪ ଟାରେ ପହଂଚିଛନ୍ତି । ଆଶା ରଖିଛନ୍ତି ଜିଲ୍ଲାପାଳ ସେମାନଙ୍କୁ ଉଚିତ୍ ନ୍ୟାୟ ଦେବେ । ଆଦିବାସୀ ଛାତ୍ରଙ୍କୁ ନ୍ୟାୟ ପାଇଁ ଅନେକ ଆଦିବାସୀ ସଂଗଠନ କର୍ମକର୍ତ୍ତା ଆସିବା ସହ ସେମାନଙ୍କୁ ସମର୍ଥନ ଜଣାଇଛନ୍ତି ।

Leave A Reply

Your email address will not be published.