ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡ୍ୟାମର ଗେଟ ଖୋଲିବାରୁ ନଦୀରେ ଭାସିଗଲେ ୧୨ ଜଣ; ସମସ୍ତଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଦେବଗଡ଼: ଡ୍ୟାମର ଗେଟ୍ ଖୋଲିବାରୁ ନଦୀରେ ଫସିଗଲେ ୧୨ ଜଣ ଗ୍ରାମବାସୀ। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏଭଳି ଏକ ଅଘଟଣ ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜାମୁନାଳି ଗାଁ ଦେଇ ବୋହି ଯାଇଥିବା ଗୋହିରା ନଦୀ ଭିତରେ । ଡ୍ୟାମ୍‌ରୁ ବଢ଼ି ପାଣି ମାଡ଼ି ଆସିବାରୁ ସମସ୍ତଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। ଫସିଥିବା ସମସ୍ତେ ଜାମୁନାଳି ଗାଁର।  ଗ୍ରାମବାସୀ ଓ ରିଆମାଳ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ଦେବଗଡ ତିଳେଇବଣି ବ୍ଲକ ଦୁଧିଆନାଳୀ ପଞ୍ଚାୟତ ଅନର୍ଗତ ଗୋହିରା ମଧ୍ୟମ ଜଳସେଚନ ନଦୀବନ୍ଧର ଗେଟ ହଠାତ ଖୋଲିଥିଲା । ଏହି ସମୟରେ ଡ୍ୟାମ ତଳ ନଦୀରେ ଗାଧୋଉଥିବା ଶିଶୁ ଓ ମହିଳାଙ୍କ ସମେତ ୧୨ ଜଣ ଭାସିଯାଇଥିଲେ । ସମସ୍ତେ ଏକ ପଥର ଉପରେ ଫସି ରହିଥିଲେ । ଡ୍ୟାମ ପରିଚାଳନା କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.