ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଧାନସଭାରେ ହଟ୍ଟଗୋଳ କରି ୧୨ ବିଜେପି ବିଧାୟକ ବର୍ଷକ ପାଇଁ ହେଲେ ନିଲମ୍ବିତ

ଆଜିଠାରୁ ଆରମ୍ଭ ହୋଇଛି ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ । ମାତ୍ର ବିଧାନସଭା ଆରମ୍ଭରୁ ହିଁ ବିରୋଧୀ ବିଜେପିର ସଦସ୍ୟମାନେ ଗୃହକୁ ଅଚଳ କରିଦେଇଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ ଓ ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ୧୨ ଜଣ ବିଜେପି ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତି ଏହି ନିଷ୍ପତି ନେଇ ୧୨ ଜଣ ବିଜେପି ବିଧାୟକଙ୍କୁ ଗୋଟିଏ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି । ନିଲମ୍ବିତ ହୋଇଥିବା ବିଧାୟକମାନେ ପଛୁଆବର୍ଗଙ୍କୁ ଆରକ୍ଷଣ ଦେବା ଦାବିରେ ହଟ୍ଟଗୋଳ କରିଥିଲେ । ଏହି ମାମଲାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ବିଧାୟକ ଦେବେନ୍ଦ୍ର ଫଡନଭିସ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମିଥ୍ୟା ଅଭିଯୋଗରେ ବିଜେପି ବିଧାୟକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ମହାରାଷ୍ଟ୍ରରେ ଓବିସି ବର୍ଗର ଲୋକଙ୍କୁ ଆରକ୍ଷଣ ଦେବାକୁ ବିଜେପି କିଛିଦିନ ହେବ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଥିଲା । ଏହାସହ ଏହି ମାମଲା ବି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ହେଲେ ଏହା ହାଇକୋର୍ଟରେ ବିଚାର ହୋଇ ପାରିବ ବୋଲି କହି ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ ।

ଏହି ଘଟଣା ପରେ ଶିବସେନା ଓ ବିଜେପି ମଧ୍ୟରେ ଥିବା ସଂପର୍କ ଆହୁରି ଖରାପ ହୋଇପାରେ । କାରଣ ଆଜି ଶିବସେନା ନେତା ସଂଜୟ ରାୱତ କହିଥିଲେ କି ବିଜେପି ଓ ଶିବସେନାର ସଂପର୍କ ଅମୀର ଖାନ ଓ କିରଣ ରାଓଙ୍କ ସଂପର୍କ ଭଳି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କିଛିଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଜେପି ଓ ଶିବସେନାର ସଂପର୍କ ଉପରେ ପଜିଟିଭ୍ ମନ୍ତବ୍ୟ ଗଣମାଧ୍ୟମରେ ଦେଇଥିଲେ । ହେଲେ ଏବେ ମହାରାଷ୍ଟ୍ର ବିଧାନ ସଭାରେ ଯେଭଳି ଘଟଣା ଦେଖାଦେଲା ଏହାପରେ ବିଜେପି ଓ ଶିବସେନାର ସଂପର୍କ ଖରାପ ହେବା ନେଇ ଆଲୋଚନା ହେଉଛି ।

Leave A Reply

Your email address will not be published.