ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୧୧ – ୧୦ – ୨୦୨୨ )

ମେଷ: ନିଜ ଲକ୍ଷ୍ୟକୁ ସାଧନ କରିବେ। ପାରିବାରିକ ସମସ୍ୟାରେ ଫସି ରହିବେ। ଜରୁରୀ କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ପାଇ ଖୁସି ହେବେ। ଆୟ ବଢ଼ିବାର ସୁଯୋଗ ରହିଛି। ଧାର୍ମିକସ୍ଥଳୀ ପରିଭ୍ରମଣରେ ଯାଇପାରନ୍ତି।

ବୃଷ: ପାରିବାରିକ କଳହ ଉପୁଜିପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇ ପାରେ। ନୂତନ ନିବେଶରୁ ଦୂରେଇ ରୁହନ୍ତୁ।

ମିଥୁନ: ଅନୁଭବୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ପୁରୁଣା କଥାକୁ ଚିନ୍ତା କରି କଷ୍ଟ ପାଇବେ। ପାରିବାରିକ ସମ୍ପର୍କ ମଜଭୁତ ରହିବ। ନୂତନ ନିଯୁକ୍ତି ସୁଯୋଗ ରହିଛି। ସମୟର ସଦୁପଯୋଗ କରନ୍ତୁ।

କର୍କଟ: ଯାତ୍ରା କରି ଥକ୍କା ଅନୁଭବ କରିବେ। କୌଣସି କ୍ଷେତ୍ରରୁ ଲାଭବାନ ହେବେ। ଉଚ୍ଚଅଧିକାରୀଙ୍କ ସହ ମିଳାମିଶା ବଢ଼ିବ। ଗୁରୁଜନ ଅଶାନ୍ତି ହୋଇପାରନ୍ତି।

ଏଥିସହିତ ପଢ଼ନ୍ତୁ

ସିଂହ: ପ୍ରତିଶୋଧ ପରାୟଣ ହୋଇପାରନ୍ତି। କର୍ମକ୍ଷେତ୍ରରେ କିଛି ନୂଆ ଶିଖିବାର ସୁଯୋଗ ପାଇବେ। ଅନ୍ୟର ଦୁଃଖରେ ଦୁଃଖୀ ହେବେ। ପୂର୍ବରୁ କରିଥିବା ନିବେଶରୁ ଲାଭବାନ ହେବେ।

କନ୍ୟା: ସାମାଜିକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସକାରାତ୍ମକ ଚିନ୍ତା ରଖି ଆଗକୁ ବଢ଼ିବେ। ପୁରଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପରିବାର ବର୍ଗଙ୍କ ସହ ଭ୍ରମଣ ଯୋଗ ରହିଛି।

ତୁଳା: ଦିନଟି ବ୍ୟସ୍ତତା ଭିତରେ କଟିବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ଅନଟନ ଦେଖାଦେବ। ଜୀବନସାଥୀଙ୍କ ସହ ନିବିଡ଼ତା ବଢ଼ିବ।

ବିଛା: ଅସମ୍ଭବ କାର୍ଯ୍ୟକୁ କରି ଦେଖାଇବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ଅନୁଭବ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଧର୍ମକାର୍ଯ୍ୟରେ ରୁଚି ବଢ଼ିବ।

ଧନୁ: ଆତ୍ମବିଶ୍ବାସର ସହ କାର୍ଯ୍ୟ କରନ୍ତୁ। ଗୁରୁଜନଙ୍କ ଅାଶୀର୍ବାଦ ରହିବ। ବ୍ୟବସାୟରେ ବିଶେଷ ଲାଭ ହେବ ନାହିଁ। ନକାରାତ୍ମକ ଚିନ୍ତାଧାରା ଯୋଗଁୁ ଅବସାଦରେ ରହିବେ।

ମକର: ପରିସ୍ଥିତି ଅନୁକୂଳ ରହିବ। କର୍ମକ୍ଷେତ୍ରରେ ବ୍ୟସ୍ତ ବିବ୍ରତ ରହିବେ। ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଯିବ। ଅଯଥା କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ସାଙ୍ଗସାଥୀଙ୍କ ସହ ସମ୍ପର୍କ ସୁଦୃଢ଼ ହେବ।

କୁମ୍ଭ: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ସହକର୍ମୀଙ୍କ ସହ ସମ୍ପର୍କ ଦୃଢ଼ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବୃଦ୍ଧି ପାଇବ।

ମୀନ: ଅଯଥା କାର୍ଯ୍ୟରେ ମନୋନିବେଶ କରନ୍ତୁ ନାହିଁ। ଅଚାନକ ଧନଲାଭ ଯୋଗ ରହିଛି। କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି। ସାଙ୍ଗସାଥୀଙ୍କ ସହ ମତଭେଦ ଦେଖାଦେଇପାରେ।

Leave A Reply

Your email address will not be published.