ରାଜ୍ୟରେ ନିଯୁକ୍ତ ହେବେ ୧୧ ହଜାର ୪୫୦ ଶିକ୍ଷକ, ୨୩ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ବର: ରାଜ୍ୟରେ ନିଯୁକ୍ତ ହେବେ ୧୧ ହଜାର ୪୫୦ ଶିକ୍ଷକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧,୪୫୦ ଗୋଟି ଶିକ୍ଷକ ପଦବୀ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି।
ପ୍ରଥମ ପର୍ଯ୍ଯାୟରେ ୪୬୧୯ଗୋଟି ଶିକ୍ଷକ ପଦବୀ ପୂରଣ କରାଯିବ । ୨୦୫୫ ହୀନ୍ଦି, ୧୩୦୪ ସଂସ୍କୃତ ଏବଂ ୧୨୬୦ପିଇଟି ପଦବୀ ପୂରଣ ହେବା ପାଇଁ ଅଗଷ୍ଟ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ଦ୍ବିତୀୟ ପର୍ଯ୍ଯାୟରେ ୬୦୬୫ଗୋଟି ଟିଜିଟି ଏବଂ ତେଲଗୁ ଏବଂ ତୃତୀୟ ପର୍ଯ୍ଯାୟରେ ୯୪୦ ସ୍ନାତକ, କ୍ଲାସିକାଲ ଓ ହିନ୍ଦୀ ଶିକ୍ଷକ ପଦବୀ ପୂରଣ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।