ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଲାଗି ବିଭିନ୍ନ ବିଭାଗର ୧୧୨ଟି ପଦ ସୃଷ୍ଟି

ଭୁବନେଶ୍ୱର: ନୂତନ ମାନ୍ୟତା ପାଇଥିବା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଶିକ୍ଷାଦାନ ପାଇଁ ଉଚ୍ଚଶିକ୍ଷା ବିଭାଗ ୧୧୨ଟି ଶିକ୍ଷକ ପଦ ସୃଷ୍ଟି କରିଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ ମିଳିଥିବାବେଳେ ପ୍ରାଧ୍ୟାପକ, ସହକାରୀ ପ୍ରାଧ୍ୟାପକ ଓ ସହଯୋଗୀ ପ୍ରାଧ୍ୟାପକ ଆଦି ବିଭିନ୍ନ ବିଭାଗର ୧୧୨ଟି ପଦ ସୃଷ୍ଟି କରାଯାଇଛି। ଓଡ଼ିଆ, ବାଣିଜ୍ୟ, ନୃତତ୍ୱ, ପଦାର୍ଥ ବିଜ୍ଞାନ, ରାଜନୀତି ବିଜ୍ଞାନ ଆଦି ୧୬ଟି ବିଭାଗରେ ଜଣେ ଲେଖାଏଁ ପ୍ରାଧ୍ୟାପକ, ୨ ଲେଖାଏଁ ସହକାରୀ ପ୍ରାଧ୍ୟାପକ ଓ ୪ ଜଣ ଲେଖାଏଁ ସହଯୋଗୀ ପ୍ରାଧ୍ୟାପକ ପଦ ସୃଷ୍ଟି କରାଯାଇଛି। ତେବେ ବିଶ୍ୱବିଦ୍ୟାଳୟରେ ମୋଟ୍‌‌ ୧୬ ପ୍ରାଧ୍ୟାପକ, ୩୨ ଜଣ ସହକାରୀ ପ୍ରାଧ୍ୟାପକ ଓ ୬୪ କଣ ସହଯୋଗୀ ପ୍ରାଧ୍ୟାପକ ନିଯୁକ୍ତ ହେବେ।

Leave A Reply

Your email address will not be published.