ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିଙ୍ଗଲ ଓ୍ୱିଣ୍ଡୋ ଜରିଆରେ ୧୧ଟି ପ୍ରକଳ୍ପକୁ ମଞ୍ଜୁରୀ, ୩ ହଜାର ୮୧୭ ଜଣଙ୍କୁ ମିଳିବ ସିଧାସଳଖ ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ସିଙ୍ଗଲ ଓ୍ୱିଣ୍ଡୋ ଜରିଆରେ ୧୧ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିସହ ରାଜ୍ୟକୁ  ୨ ହଜାର ୨୫୩ କୋଟି ଟଙ୍କାର ପୁଞ୍ଜିନିବେଶ ମିଳିବ । ଏସବୁ ପ୍ରକଳ୍ପରେ ୩ ହଜାର ୮୧୭ ଜଣଙ୍କୁ ମିଳିବ ସିଧାସଳଖ ନିଯୁକ୍ତି ସୁଯୋଗ ।

ଏଥିରେ ସୁନ୍ଦରଗଡ଼ରେ ହେବ ଇସ୍ପାତ ଓ ଫେରୋ ଆଲୟଜ ପ୍ଲାଣ୍ଟ । ୫୫୩.୨୫ କୋଟି ଟଙ୍କା ନିବେଶରେ ହେବ ୨ଟି ପ୍ଲାଣ୍ଟ । ଖୋର୍ଦ୍ଧାରେ ଆଦାନୀ ଏଣ୍ଟରପ୍ରାଇଜ ଲିମିଟେଡ୍‌ କରିବ ଡାଟା ସେଣ୍ଟର । ଏହି ଡାଟା ସେଣ୍ଟରରେ ୫୦୦ କୋଟି ଟଙ୍କା ନିବେଶରେ ୨୦୦ ଜଣଙ୍କୁ ମିଳିବ ନିଯୁକ୍ତି । ସେହିପରି କେନ୍ଦୁଝରରେ ହେବ ଲୁହାଛଡ଼ ତିଆରି କାରଖାନା । ଆର୍ୟ୍ୟ ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ ୧୭୫.୭୫କୋଟି ନିବେଶ କରିବ । କାରଖାନାରେ ୬୦୦ ଜଣଙ୍କୁ ସିଧାସଳଖ ନିଯୁକ୍ତି ମିଳିବ । ଗଞ୍ଜାମରେ ହେବ ଟିଟାନିୟମ ସ୍ଲାଗ ଓ ପିଗ୍ ଆଇରନ୍ କାରଖାନା । ଆରଆରଏଲଟି ପ୍ରାଇଭେଟ୍‌ ଲିମିଟେଟ୍‌ କାରଖାନା ପାଇଁ ୧୫୦ କୋଟି ନିବେଶ କରିବ । କାରଖାନାରେ ୪୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସମ୍ବଲପୁରରେ ୧୦୧ କୋଟି ଟଙ୍କାରେ ହେବ ତରଳ ଆଲୁମିନିୟମ ଆଲୟଜ ପ୍ଲାଣ୍ଟ । ସେହିପରି କଟକ, ଢେଙ୍କାନାଳ, ଯାଜପୁରରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ମଞ୍ଜୁରୀ ମିଳିଛି ।

Leave A Reply

Your email address will not be published.