ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ସମେତ ୧୧ ସାଂସଦଙ୍କୁ ମିଳିବ ‘ସଂସଦ ରତ୍ନ’-୨୦୨୨ ପୁରସ୍କାର

ନୂଆଦିଲ୍ଲୀ : ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଜେଡି ସାଂସଦ ଡକ୍ଟର ଅମର ପଟ୍ଟନାୟକ ‘ସଂସଦ ରତ୍ନ’-୨୦୨୨ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନଙ୍କ ପ୍ରଦର୍ଶନକୁ ଭିତ୍ତି କରି ଦେଶର ୧୧ ଜଣ ସାଂସଦଙ୍କୁ ଏହି ପୁରସ୍କାର ମିଳିବା ସେହିପରି ୪ସଂସଦୀୟ କମିଟି ଓ ୨ ବରିଷ୍ଠ ନେତାଙ୍କୁ ମଧ୍ୟ ସ୍ବତନ୍ତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ‘ସଂସଦ ବିଶିଷ୍ଟ ରତ୍ନ’ ପୁରସ୍କାର ପାଇଁ ଲୋକସଭା ସାଂସଦ ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ, ଆର୍‌ଏସ୍‌ପି ସାଂସଦ ଏନ୍‌କେ ପ୍ରେମଚନ୍ଦ୍ରନ, ଶିବସେନା ସାଂସଦ ସିରଙ୍ଗ ଅପା ବର୍ଷେ ମନୋନୀତ ହୋଇଛନ୍ତି । ବିଜେପି ସାଂସଦ ବିଦ୍ୟୁତ୍ ବରଣ ମହାତୋ, କଂଗ୍ରେସ ସାଂସଦ କୁଲଦୀପ ରାୟଶର୍ମା, ବିଜେପି ସାଂସଦ ଡକ୍ଟର ହିନା ବିଜୟ କୁମାର ଗାଭିତ, ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ ଓ ବିଜେପି ସାଂସଦ ସୁଧୀର ଗୁପ୍ତା ସଂସଦ ରତ୍ନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।

ଏବେ ସାଂସଦ ଥିବା ବର୍ଗରେ ରାଜ୍ୟସଭା ସାଂସଦ ଭାବେ ବିଜେଡିର ଡକ୍ଟର ଅମର ପଟ୍ଟନାୟକ, ଏନ୍‌ସିପିର ଡକ୍ଟର ଫୌଜିଆ ତେହସିନ ଅହମ୍ମଦ ଖାନ୍ ଓ କାର୍ଯ୍ୟକାଳ ପୂରଣ କରିଥିବା ବର୍ଗରେ ସିପିଆଇଏମ୍ ସାଂସଦ କେକେ ରାଗେଶଙ୍କୁ ଏହି ପୁରସ୍କାର ମିଳିବ। ସ୍ଵତନ୍ତ୍ର ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ୪ଟି କମିଟି ହେଲା; ଶ୍ରମ କମିଟି ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ) କୃଷି କମିଟି( ଅଧ୍ୟକ୍ଷ-ପିସି ଗଡ଼ିଗୌଡ଼ାର), ଅର୍ଥ କମିଟି(ଅଧ୍ୟକ୍ଷ- ଜୟନ୍ତ ସିହ୍ନା) ଶିକ୍ଷା କମିଟି ବିନୟ ସହସ୍ରବୁଦ୍ଧ)। ଜୀବନବ୍ୟାପୀ ସାଧାନା ପାଇଁ ବରିଷ୍ଠ ବିଜେପି ନେତା ଡକ୍ଟର ଏନ୍‌ଭି ହାଣ୍ଡେ ବରିଷ୍ଠ କଂଗ୍ରେସ ନେତା ବୀରପ୍ପା ମୋଇଲିଙ୍କୁ ମନୋନୀତ କରାଯାଇଛି। ବରିଷ୍ଠ ସାଂସଦ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘାୱାଲଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଜୁରି କମିଟି ଏହି ପୁରସ୍କାର ତାଲିକା ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟିଏସ୍ କୃଷ୍ଣମୂର୍ତ୍ତି ମନୋନୟନ କମିଟିର ଉପାଧ୍ୟକ୍ଷ ଅଛନ୍ତି।

ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ପରାମର୍ଶ ଆଧାରରେ ଏହି ପୁରସ୍କାର ଆରମ୍ଭ ହୋଇଥିଲା। କଲାମଙ୍କ ପରାମର୍ଶ ଥିଲା ଭାରତୀୟ ସଂସଦରେ ‘ସର୍ବୋତ୍ତମ ପ୍ରଦର୍ଶନ’ କରିଥିବା ସାଂସଦମାନଙ୍କୁ ସମ୍ମାନିତ କରିବା। ଏହି ପୁରସ୍କାର ୨୦୧୦ ରେ ପ୍ରାଇମ ପଏଣ୍ଟ ଫାଉଣ୍ଡେସନ ଏବଂ ଇ-ମାଗାଜିନ ପ୍ରିସେନ୍ସ ଦ୍ୱାରା ଆରମ୍ଭ ହୋଇଥିଲା । ୨୦୧୦ରେ ଚେନ୍ନାଇରେ ପ୍ରଥମ ପୁରସ୍କାର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏପର୍ଯ୍ୟନ୍ତ ୭୫ ଜଣ ସାଂସଦଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

Leave A Reply

Your email address will not be published.