ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୨ ବର୍ଷରେ ଝାଡଖଣ୍ଡରେ ୧୧ ମୁଖ୍ୟମନ୍ତ୍ରୀ, ୧୦ ଜଣ ପୂରଣ କରିପାରି ନାହାନ୍ତି କାର୍ଯ୍ୟକାଳ

ନୂଆଦିଲ୍ଲୀ : ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ତୁଟିବାର ନାଁ ଧୁରନି। ସେ ରାଜ୍ୟର ଗୋଟିଏ ଖଣି ଖାଦାନର ନିଲାମ ନିଜ ନାଁରେ କରି ଅଡ଼ୁଆରେ ଫସିଛନ୍ତି। ଅଫିସ ଅଫ ପ୍ରଫିଟ ବା ଦ୍ୱୈତ ସ୍ୱାର୍ଥ ଘଟଣାରେ ତାଙ୍କ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ଲେଖାଯାଇଛି କି ସୋରେନ ନିର୍ବାଚନ ମାନଦଣ୍ଡ ଉଲଙ୍ଘନ କରିଥିବାରୁ ତାଙ୍କ ବିଧାୟକ ପଦ ରଦ୍ଦ ହେବା ଆବଶ୍ୟକ । ହେଲେ ନିର୍ବାଚନ ଲଢିବା ନେଇ ହେମନ୍ତଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହାଁନ୍ତି ନିର୍ବାଚନ ଆୟୋଗ । ଏଭଳି ଭାବେ ଅଯୋଗ୍ୟ ଘୋଷିତ ହେବା ପରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନିଶ୍ଚିନ୍ତ ହୋଇଯାଇଛି ।

ଝାରଖଣ୍ଡର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଏପରି ଅବସ୍ଥା ମଧ୍ୟରେ ଯଦି ଝାଡଖଣ୍ଡର ୨୨ ବର୍ଷର ଇତିହାସକୁ ନଜର କରାଯାଏ ତେବେ , ଏଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ବର୍ଷରେ ରାଜ୍ୟକୁ ୧୧ ମୁଖ୍ୟମନ୍ତ୍ରୀ ମିଳିଛନ୍ତି। ସବୁଠୁ ରୋଚକପୂର୍ଣ୍ଣ ଖବର ହେଉଛି ୧୦ ଜଣ ମୁଖ୍ୟମନ୍ତ୍ରୀ ସେମାନଙ୍କ କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି। ସେଥିମଧ୍ୟରୁ କେବଳ ବିଜେପିର ରଘୁଭର୍ ଦାସ ତାଙ୍କ କାର୍ଯ୍ୟକାଳ ଶେଷ କରିଛନ୍ତି (୨୮ ଡିସେମ୍ବର ୨୦୧୪ – ୨୮ ଡିସେମ୍ବର ୨୦୧୯)। ଏହାପରେ କ୍ଷମତାକୁ ଆସିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାଳ ୫ ବର୍ଷ ପୂର୍ତ୍ତି ହେବାର ମନେ ହେଉଥିଲା କିନ୍ତୁ ବର୍ତ୍ତମାନ ଯାହା ରାଜନୈତିକ ଚିତ୍ର ରହିଛି, ଏଥିରୁ ଜଣାପଡୁଛି ଝାଡଖଣ୍ଡ ଆଉ ଜଣେ ମୁଖ୍ୟମନ୍ତ୍ରୀ ପାଇବାକୁ ଯାଉଛି।

  • ୧୫ ନଭେମ୍ବର ୨୦୦୦ ରୁ ୧୮ ମାର୍ଚ୍ଚ ୨୦୦୩ ବାବୁଲାଲ ମାରାଣ୍ଡି (ବିଜେପି) ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇ ୧୮ ମାର୍ଚ୍ଚ ୨୦୦୩ ରୁ ୨ ମାର୍ଚ୍ଚ ୨୦୦୫ ଅର୍ଜୁନ ମୁଣ୍ଡା (ବିଜେପି)
  • ୨ ମାର୍ଚ୍ଚ ୨୦୦୫ ରୁ ୧୨ ମାର୍ଚ୍ଚ ୨୦୦୫ ଶିବୁ ସୋରେନ୍ (ଜେଏମ୍ଏମ୍)
  • ୧୨ ମାର୍ଚ୍ଚ ୨୦୦୫ ରୁ ୧୮ ସେପ୍ଟେମ୍ବର ୨୦୦୬ ଅର୍ଜୁନ ମୁଣ୍ଡା (ବିଜେପି)
  • ୧୮ ସେପ୍ଟେମ୍ବର ୨୦୦୬ ରୁ ୨୮ ଅଗଷ୍ଟ ୨୦୦୮ ମଧୁ କୋଡା (ସ୍ୱାଧୀନ)
  • ୨୮ ଅଗଷ୍ଟ ୨୦୦୮ ରୁ ୧୮ ଜାନୁଆରୀ ୨୦୦୯ ଶିବୁ ସୋରେନ୍ (ଜେଏମ୍ଏମ୍)
  • ୧୯ ଜାନୁଆରୀ ୨୦୦୯ ରୁ ୨୯ ଡିସେମ୍ବର ୨୦୦୯ (ରାଷ୍ଟ୍ରପତି ଶାସନ)
  • ୩୦ ଡିସେମ୍ବର ୨୦୦୯ ରୁ ୩୧ ମେ ୨୦୧୦ ଶିବୁ ସୋରେନ୍ (ଜେଏମ୍ଏମ୍)
  • ୧ ଜୁନ୍ ୨୦୧୦ ରୁ ୧୦ ସେପ୍ଟେମ୍ବର ୨୦୧୦ (ରାଷ୍ଟ୍ରପତି ଶାସନ)
  • ୧୧ ସେପ୍ଟେମ୍ବର ୨୦୧୦ ରୁ ୧୮ ଜାନୁଆରୀ ୨୦୧୩ ଅର୍ଜୁନ ମୁଣ୍ଡା (ବିଜେପି)
  • ୧୮ ଜାନୁଆରୀ ୨୦୧୩ ରୁ ୧୩ ଜୁଲାଇ ୨୦୧୩ (ରାଷ୍ଟ୍ରପତି ଶାସନ)
  • ୧୩ ଜୁଲାଇ ୨୦୧୩ ରୁ ୨୩ ଡିସେମ୍ବର ୨୦୧୪ ହେମନ୍ତ ସୋରେନ (ଜେଏମ୍ଏମ୍)
  • ୨୮ ଡିସେମ୍ବର ୨୦୧୪ ରୁ ୨୮ ଡିସେମ୍ବର ୨୦୧୯ ରଘୁଭର୍ ଦାସ  (ବିଜେପି)
  • ୨୯ ଡିସେମ୍ବର ୨୦୧୯ ହେମନ୍ତ ସୋରେନ (ଜେଏମ୍ଏମ୍) ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଛନ୍ତି
Leave A Reply

Your email address will not be published.