ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦଶମ ପିଲା ପଢ଼ିବେ କୋଭିଡ୍ ପାଠ, ପାଠ୍ୟକ୍ରମରେ ସାମିଲ ହେଲା କରୋନା ବିଷୟବସ୍ତୁ

ଭୁବନେଶ୍ବର : ଏଣିକି ଦଶମ ପିଲା ପଢ଼ିବେ କୋଭିଡ୍ ପାଠ । ଏଥିଲାଗି ଚଳିତ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀର ଜୀବ ବିଜ୍ଞାନ ପାଠ୍ୟପୁସ୍ତକରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ପକ୍ଷରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଜୀବ ବିଜ୍ଞାନ ବହିରେ ପୂର୍ବରୁ ୧୦ଟି ବିଷୟ ରହିଥିବା ବେଳେ ଏବେ ବିଶ୍ୱ ମହାମାରୀ-କୋଭିଡ୍‌ ୧୯ ଓ ତାହାର ପରିଚାଳନା ନାମକ ଏକ ନୂତନ ଅଧ୍ୟାୟ ଯୋଡ଼ା ହୋଇଛି । ଫଳରେ ଜୀବ ବିଜ୍ଞାନ ବହିର ଅଧ୍ୟାୟ ସଂଖ୍ୟା ଏବେ ୧୧ ହୋଇଛି। ସେପଟେ ଚଳିତ ବର୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଜୀବ ବିଜ୍ଞାନରେ ଉକ୍ତ ୧୧ଟି ଅଧ୍ୟାୟ ପଢ଼ି ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସେହିପରି ଭୂଗୋଳ ବହିରେ ମଧ୍ୟ ଆଉ ଏକ ଅଧ୍ୟାୟ ଅନ୍ତର୍ଭୁକ୍ତ କରାଯାଇଥିବାର ସୂଚନା ମିଳିଛି । ଜଳବାୟୁ ଜନିତ ବିପତ୍ତି ଏବଂ ପରିଚାଳନା ଜନିତ ଏକ ନୂତନ ଅଧ୍ୟାୟ ବହିରେ ଯୋଡ଼ା ହୋଇଛି ।

କୋଭିଡ ଭୟାବହତା ସମ୍ପର୍କରେ ପିଲା ମାନଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ କରିବା ପାଇଁ ବିଭାବ ଏପରି ନିଷ୍ପତ୍ତି ନେଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି। ବିଶେଷ କରି ଜଳ ବାୟୁ ପରିବର୍ତ୍ତନ ହେଉଥିବାରୁ ସେ ବିଷୟରେ ପିଲାମାନଙ୍କୁ ପୂର୍ବରୁ ପ୍ରସ୍ତୁତ ରଖିବା ଲାଗି ବିଭାଗ ଏପରି ନିଷ୍ପତ୍ତି ନେଇଛି ।ଜୀବ ବିଜ୍ଞାନ ବହିରେ ପୂର୍ବରୁ ୧୦ଟି ବିଷୟ ରହିଥିବା ବେଳେ ଏବେ ବିଶ୍ୱ ମହାମାରୀ-କୋଭିଡ୍‌ ୧୯ ଓ ତାହାର ପରିଚାଳନା ନାମକ ଏକ ନୂତନ ଅଧ୍ୟାୟ ଯୋଡ଼ା ହୋଇଛି । ଫଳରେ ଜୀବ ବିଜ୍ଞାନ ବହିର ଅଧ୍ୟାୟ ସଂଖ୍ୟା ଏବେ ୧୧ ହୋଇଛି।ଚଳିତ ବର୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଜୀବ ବିଜ୍ଞାନରେ ଉକ୍ତ ୧୧ଟି ଅଧ୍ୟାୟ ପଢ଼ି ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସେହିପରି ଭୂଗୋଳ ବହିରେ ମଧ୍ୟ ଆଉ ଏକ ଅଧ୍ୟାୟ ଅନ୍ତର୍ଭୁକ୍ତ କରାଯାଇଥିବାର ସୂଚନା ମିଳିଛି । ଜଳବାୟୁ ଜନିତ ବିପତ୍ତି ଏବଂ ପରିଚାଳନା ଜନିତ ଏକ ନୂତନ ଅଧ୍ୟାୟ ବହିରେ ଯୋଡ଼ା ହୋଇଛି । ସଂସ୍କୃତ ବହିରେ ଥିବା ଶୃଗାଳ ଶିଶୁ କଥା ଅଧ୍ୟାୟ ପୂର୍ବରୁ ପଢ଼ା ଯାଉନଥିବା ବେଳେ ଚଳିତ ଶିକ୍ଷାବର୍ଷରେ ସଂସ୍କୃତ ଇଚ୍ଛାଧିନ ବିଷୟ ରଖିଥିବା ଛାତ୍ରଛାତ୍ରୀମାନେ ଉକ୍ତ ବିଷୟଟି ପଢ଼ିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ଅନ୍ୟପଟେ ଏବେ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସତର୍କ ରହିବାକୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଥଣ୍ଡା ହୋଇଥିଲେ ପିଲାମାନେ ସ୍କୁଲ ଆସନ୍ତୁ ନାହିଁ । ସବୁ ଥଣ୍ଡା ଜ୍ଵର କୋଭିଡ୍‌ ନୁହେଁ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ଅଭିଭାବକଙ୍କୁ କୁହାଯାଇଛି, ଥଣ୍ଡା ଜ୍ବର ହୋଇଥିଲେ ପିଲାଙ୍କୁ ସ୍କୁଲ ନଛାଡ଼ନ୍ତୁ ।

Leave A Reply

Your email address will not be published.