ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୧୦ – ୦୯ – ୨୦୨୨ )

ମେଷ: ଜୀବନରେ ଉନ୍ନତି ପାଇଁ ନୂତନ ରାସ୍ତା ପାଇବେ। ଅନ୍ୟକୁ ପ୍ରଭାବିତ କରିବା ପାଇଁ ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ପରିବାର ସଦସ୍ୟଙ୍କଠାରୁ ସହଯୋଗ ପାଇବେ। ଗୋପନୀୟ କଥାକୁ ପରିପ୍ରକାଶ କରନ୍ତୁ।

ବୃଷ: କଥାବର୍ତ୍ତା କରିବା ସମୟରେ ସାବଧାନତା ରୁହନ୍ତୁ। ଉନ୍ନତିର ବିଭିନ୍ନ ମାର୍ଗ ଖୋଜିବେ। ସହକର୍ମୀଙ୍କ ସହଯୋଗ ପାଇବେ। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ।

ମିଥୁନ: ସମୟର ସଦୁପଯୋଗ କରନ୍ତୁ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଜୀବନସାଥୀଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। ପରିବାରରେ ଦାୟିତ୍ବଭାର ଅଧିକ ବଢ଼ିବାକୁ ଲାଗିବ।

କର୍କଟ: ଦରକାରୀ କାର୍ଯ୍ୟକୁ ଅନ୍ୟ ଭରସାରେ ନ ଛାଡ଼ି, ନିଜେ କରନ୍ତୁ। କର୍ମକ୍ଷେତ୍ରରେ ପଦନ୍ନୋତି ମିଳିପାରେ। ମାନସିକ ଅବସାଦ ଦୂର ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ରଚନାତ୍ମକ ଚିନ୍ତା ଆପଣଙ୍କୁ ସଫଳତାର ମାର୍ଗ ଦେଖାଇପାରେ। କର୍ମକ୍ଷେତ୍ରରେ ଦୃଢ଼ମନା ରହିବେ। ଆର୍ଥିକ ସ୍ବଚ୍ଛଳତା ଦେଖାଦେବ। ବାଣିଜ୍ୟରେ ପୁଞ୍ଜିନିବେଶ କରିପାରନ୍ତି।

କନ୍ୟା: ଅସ୍ଥିରତା କାରଣରୁ କାର୍ଯ୍ୟରେ ତ୍ରୁଟି ହୋଇପାରେ। ଗୁରୁଜନମାନଙ୍କୁ ନେଇ ଚିନ୍ତା ରହିବ। କର୍ମକ୍ଷେତ୍ରରେ ସମସ୍ୟା ରହିବ। ବ୍ୟବସାୟ ମାନ୍ଦା ରହିବ। ଛାତ୍ରଛାତ୍ରୀ ଅମାନିଆ ହୋଇପାରନ୍ତି।

ତୁଳା: ବ୍ୟୟବହୁଳତା କାରଣରୁ ଋଣଗ୍ରସ୍ତ ହେବେ । ପରିବାରରେ ଛୋଟପିଲାମାନେ ଅବହେଳାର ଶିକାର ହୋଇପାରନ୍ତି। ବ୍ୟବସାୟରେ ଆୟବ୍ୟୟ ସମାନ ରହିବ।

ବିଛା: କଠିନ ପରିଶ୍ରମର ଫଳ ପାଇବେ। ସନ୍ତାନସନ୍ତତିମାନେ ଉନ୍ନତି କରିବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବ୍ୟବସାୟରେ ଶୁଭଫଳ ପାଇବେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ।

ଧନୁ: ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କୌଣସି କଥାକୁ ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ। ଭାଇଭଣୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଦେଖାଦେବ।

ମକର: ଦେହ ଓ ମନ ଭଲ ରହିବ। ପରିବାର ବର୍ଗଙ୍କ ସହ ଅଧିକ ସମୟ କାଟିବେ। କ୍ୟାରିୟରେ ଉନ୍ନତି କରିବେ। କର୍ମକ୍ଷେତ୍ରରେ କଠିନ ପରିସ୍ଥିତିର ମୁକାବିଲା କରିବେ। ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ।

କୁମ୍ଭ: ମାନସିକ ଅବସାଦରେ ରହିପାରନ୍ତି। କୌଣସି ପ୍ରୟାସ ନକରି ମଧ୍ୟ ଲାଭବାନ ହେବେ। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ। ମନକୁ ନିୟନ୍ତ୍ରଣ କରି ଆଗକୁ ବଢ଼ନ୍ତୁ।

ମୀନ: ଅନ୍ୟକୁ ସାହଯ୍ୟ କରି ସନ୍ତୋଷ ପାଇବେ। ଆଶା ଅନୁଯାୟୀ ଫଳ ପାଇବେ ନାହିଁ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେଇ ପାରେ।

Leave A Reply

Your email address will not be published.