ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୧୦- ୦୬- ୨୦୨୨ )

ମେଷ: କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷାକରନ୍ତୁ। ସନ୍ତାନସନ୍ତତି ଉନ୍ନତି ପଥରେ ଅଗ୍ରସର ହେବେ। ଅନେକ ଦିନର ସ୍ବପ୍ନ ପୂରଣ ହେବ। କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବୃଦ୍ଧି ପାଇବ।

ବୃଷ: ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ପାଇବ। ପୁରୁଣା ବନ୍ଧୁଙ୍କ ସହ ବୁଲାବୁଲି ପାଇଁ ଯାଇପାରନ୍ତି। କଠିନ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କୁ ସଫଳତା ନିଶ୍ଚିତ ମିଳିବ। ଅକସ୍ମାତ ଧନ ଲାଭର ଯୋଗ ରହିଛି।

ମିଥୁନ: ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। କୌଣସି କଥାକୁ ନେଇ ଅନିଶ୍ଚିତତା ଭିତରେ ରହିବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ପରିବାର ସହ ଭ୍ରମଣ ଯୋଗ ରହିଛି।

କର୍କଟ: ଅନୁଭବୀ ବ୍ୟକ୍ତିଙ୍କ ବିଶ୍ବାସର ପାତ୍ର ସାଜିବେ। ବ୍ୟବସାୟରେ ସଫଳତା ପାଇବା ପାଇଁ ଧ୍ୟାନର ସହ କାର୍ଯ୍ୟ କରନ୍ତୁ। ଭାବନାତ୍ମକ ଭାବରେ କାର୍ଯ୍ୟ କରି କଷ୍ଟ ପାଇପାରନ୍ତି। ପରିବାରରେ ବୁଝାମଣା ବଢ଼ିବ।

ଏଥିସହିତ ପଢ଼ନ୍ତୁ

ସିଂହ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବାକୁ ଯାଇ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

କନ୍ୟା: ସମାଜରେ ପ୍ରତିଷ୍ଠା ବଢ଼ିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ। ପୁରୁଣା ନିବେଶରୁ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ ଆତ୍ମବିଶ୍ବାସ ସହ କାର୍ଯ୍ୟ କରନ୍ତୁ।

ତୁଳା:ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ ଦେଇ ଉତ୍ସାହିତ ରହିବେ। ଗୁରୁଜନଙ୍କ କଥା ନ ମାନିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ବିଛା: ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମହିଳାମାନେ ଆତ୍ମନିର୍ଭରଶୀଳ ରହିବେ। ବ୍ୟବସାୟରେ ଉନ୍ନତି କରିବେ। ସନ୍ତାନଙ୍କ ଉନ୍ନତିରେ ଗର୍ବ ଅନୁଭବ କରିବେ।

ଧନୁ: ମହତାକାଂକ୍ଷୀ ମନୋଭାବ ରଖି ଅନ୍ୟକୁ ସାହାଯ୍ୟ କରିବେ। ଆୟର ନୂତନ ପଥ ଉନ୍ମୁକ୍ତ ହେବ। ନିଜର ଦୁର୍ବଳତା ପ୍ରକାଶ କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ତିକ୍ତତା ଦେଖାଯାଇପାରେ।

ମକର: ସମୟର ସଦୁପଯୋଗ କରିବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟର ଭାବନାକୁ ସମ୍ମାନ ଦିଅନ୍ତୁ। ନୂତନ ପୁଞ୍ଜି ନିବେଶ କରି ଲାଭବାନ୍‌ ହେବେ।

କୁମ୍ଭ: ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ସହକର୍ମୀଙ୍କ ସହ ସମ୍ପର୍କ ଦୃଢ଼ ହେବ। ଆର୍ଥିକ କ୍ଷେତ୍ରରେ ପରିବାରବର୍ଗଙ୍କ ସହାୟତା ପାଇବେ। ଅଧିକ ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ।

ମୀନ: ଜୀବନରେ ଭିନ୍ନମୋଡ଼ ଉପୁଜିବାରୁ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିବେ। ସାଙ୍ଗସାଥୀଙ୍କ ସହ ସମ୍ପର୍କ ନିବିଡ଼ ହେବ। ବାଦବିବାଦରୁ ନିବୃତ୍ତ ରୁହନ୍ତୁ।

Leave A Reply

Your email address will not be published.