ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୧୦ – ୦୧ – ୨୦୨୩ )

ମେଷ:ମାନସିକ ଅବସାଦରୁ ମୁକ୍ତି ପାଇବା ପାଇଁ ଶିଶୁମାନଙ୍କ ସହ ସମୟ କଟାନ୍ତୁ। ଅଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଅନ୍ୟକୁ ପ୍ରଭାବିତ କରିବା ପାଇଁ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ।

ବୃଷ: ଚିନ୍ତା କରିଥିବା ସବୁ କାର୍ଯ୍ୟ ପୂରଣ ହୋଇପାରେ। ବିଭିନ୍ନ କ୍ଷେତ୍ରରୁ ଲାଭବାନ ହେବେ। ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ। କ୍ୟାରିୟରରେ ଉନ୍ନତି ପାଇଁ ନୂତନ ପଥ ଖୋଜି ପାଇବେ।

ମିଥୁନ : ବାଦ ବିବାଦ ଠାରୁ ଦୂରରେ ରହନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସକାରାତ୍ମକ ଭାବନା ରଖନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟି ଉତ୍ତମ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

କର୍କଟ: ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। କିଛି ଅଘଟଣ ଘଟିଯିବାର ଭୟ ଲାଗି ରହିବ। ମାନସିକ ଅଶାନ୍ତିରେ ରହି ନିଷ୍ପତ୍ତି ନିଅନ୍ତୁ ନାହିଁ। ଗୁରୁଜନଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧିପାଇବ। ପ୍ରେମ ଓ ଦାମ୍ପତ୍ୟ ଜୀବନେର ନୂତନ ପରିବର୍ତ୍ତନ ଦେଖାଦେବ।

କନ୍ୟା: ବିଭିନ୍ନ କ୍ଷେତ୍ରରୁ ଆର୍ଥିକ ଲାଭ ପାଇବେ। ପ୍ରେମଜୀବନକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ସାଙ୍ଗସାଥୀଙ୍କ ସହ ସମ୍ପର୍କରେ ମଧୁରତା ବଢ଼ିବ। କର୍ମକ୍ଷେତ୍ରରେ ବିଦେଶ ଯିବାର ସୁଯୋଗ ପାଇବେ।

ତୁଳା: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ମହିଳାମାନେ ଘରୋଇ ଉଦ୍ୟୋଗ ଆରମ୍ଭ କରିବା ଲାଗି ଦିନଟି ଭଲ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ।

ବିଛା: ଅନିଚ୍ଛାସତ୍ତ୍ବେ ବିଭିନ୍ନ କାର୍ଯ୍ୟ କରିବେ। ଦୂରଯାତ୍ରା କରି ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ନିଜ କ୍ଷମତାର ସଠିକ୍‌ ଉପଯୋଗ କରିବେ। ଅଶାନ୍ତ ମନରେ କୌଣସି ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ।

ଧନୁ: ପରିଶ୍ରମ ଅନୁସାରେ ଫଳ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ବ୍ୟବସାୟରେ ଆଂଶିକ ଭାବରେ ଲାଭ ପାଇବେ। ଜୀବନସାଥୀଙ୍କଠାରୁ ସହଯୋଗ ପାଇ ଆଗକୁ ବଢ଼ିବେ। ଯାତ୍ରାଯୋଗ ରହିଛି।

ମକର: ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସକାରାତ୍ମକ ଭାବନା ରଖି କାର୍ଯ୍ୟ କରନ୍ତୁ। ପରିବାର ବର୍ଗଙ୍କ ସହ ତୀର୍ଥସ୍ଥାନ ଭ୍ରମଣରେ ଯାଇପାରନ୍ତି।

କୁମ୍ଭ: ଜଗିରହି ଦିନଟି ଅତିବାହିତ କରନ୍ତୁ। ପରିବାରବର୍ଗଙ୍କ ବ୍ୟବହାରରେ ଦୁଃଖିତ ହେବେ। ଶତ୍ରୁ ଆପଣଙ୍କର ସରଳତାର ଫାଇଦା ଉଠାଇବେ। ସନ୍ତାନମାନଙ୍କ କାର୍ଯ୍ୟରେ କ୍ରୋଧାନ୍ବିତ ହେବେ।

ମୀନ: ମାନସିକ ଅବସାଦ ବଢ଼ିବ। ପରିବାରରେ ଦାୟିତ୍ବଭାର ବଢ଼ିବାକୁ ଲାଗିବ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ସୃଜନଶୀଳତାର ପରିଚୟ ଦେବେ।

Leave A Reply

Your email address will not be published.