ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ୧୦ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ୨୪ ହଜାର ୪୭ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ

୭୪ ହଜାର ୬୨୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ୍

ଭୁବନେଶ୍ବର: ରାଜ୍ୟରେ ପ୍ରାୟ ୭୪ ହଜାର ୬୨୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ୍ । ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ମଂଜୁରୀ ପରେ ଏନେଇ ସୂଚନା ମିଳିଛି । ଏହି ୧୦ଟି ପ୍ରକଳ୍ପରେ ନିଯୁକ୍ତି ସୁଯୋଗ ପାଇବେ ୨୪ ହଜାର ୦୪୭ ଜଣ । ରାୟଗଡ଼ା କାଶୀପୁରରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ କରିବ ଆଦାନୀ ଗ୍ରୁପ୍ । ଆଲୁମିନା ଓ ସିପିପି ପ୍ଲାଣ୍ଟରେ ନିବେଶ ହେବ ୪୧ ହଜାର ୬୫୩ କୋଟି ଟଙ୍କା ବୋଲି ସୂଚନା ମିଳିଛି ।

ତେବେ ଉଭୟ ପ୍ଲାଣ୍ଟରେ ମୋଟ ୭୭୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି କୁହାଯାଇଛି । ସେହିଭଳି କଳିଙ୍ଗନଗରରେ ଷ୍ଟିଲ ଓ ସିପିପି ପ୍ଲାଣ୍ଟ କରିବ ଓଡ଼ିଶା ଆଲୟଜ୍ ଷ୍ଟିଲ୍ । ଉଭୟ ପ୍ଲାଣ୍ଟରେ ନିବେଶ ହେବ ୮ ହଜାର କୋଟି ଟଙ୍କା । ଆଉ ଏଥିରେ ୫ ହଜାର ଜଣ ନିଯୁକ୍ତି ପାଇବେ ।

 

Leave A Reply

Your email address will not be published.