ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଜରାଟ ଉପକୂଳରୁ ପାକିସ୍ତାନୀ ଡ଼ଙ୍ଗା ସହ ପ୍ରାୟ ୩୦୦ କୋଟିର ନିଶାଦ୍ରବ୍ୟ ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ, ୧୦ ଗିରଫ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀଙ୍କୁ ବଡ ସଫଳତା । ଗୁଜରାଟର ଆତଙ୍କବାଦ ନିରୋଧ ସ୍କ୍ୱାଡ(ଏଟିଏସ) ର ସୂଚନା ଆଧାରରେ ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ଉପକୂଳ ଆରବ ସାଗରରୁ ଏକ ପାକିସ୍ତାନୀ ଡ଼ଙ୍ଗା ଜବତ କରିଛି । ସେଥିରୁ ପ୍ରାୟ ୩୦୦ କୋଟି ଟଙ୍କା ମୂଲ୍ୟର ୪୦ କିଲୋଗ୍ରାମ ନିଶାଦ୍ରବ୍ୟ ଓ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏହା ସହିତ ଡଙ୍ଗାରେ ଥିବା ୧୦ ଜଣ ପାକିସ୍ତାନୀଙ୍କୁ ମଧ୍ୟ ସୁରକ୍ଷାକର୍ମୀମାନେ ଗିରଫ କରିଛନ୍ତି। ତଟରକ୍ଷୀ ବାହିନୀ ଡଙ୍ଗା ସହ ପାକିସ୍ତାନ ନାଗରିକମାନଙ୍କୁ ଗିରଫ କରି ଗୁଜରାଟ ଉପକୂଳ ଓଖାକୁ ଆଣିଛି। ଏ ସମ୍ପର୍କରେ ଭାରତୀୟ ତଟରକ୍ଷୀ ବାହିନୀ ଟ୍ୱିଟ କରିବା ସହ ପୂରା ଅପରେସନରେ ଗୁଜରାଟର ଆତଙ୍କବାଦ ନିରୋଧ ସ୍କ୍ୱାଡ(ଏଟିଏସ) ସକ୍ରିୟ ଭୂମିକା ଗ୍ରହଣ କରିଥିଲା ବୋଲି କହିଛି।

ଗୁଜୁରାଟ ଏଟିଏସର ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଗତ ୨୫-୨୬ ମଧ୍ୟରାତ୍ରିରେ ଆରବ ସାଗରରେ ଏକ ବଡ଼ଧରଣର ଅପରେସନ ଆରମ୍ଭ କରାଯାଇଥିଲା । ଅପରେସନ ବେଳେ ଭାରତୀୟ ଜଳରାଶିରୁ ଅଲ ସୋହେଲି ନାମକ ଗୋଟିଏ ପାକିସ୍ତାନ ବୋଟକୁ କାବୁ କରାଯାଇଛି। ଚେତାବନୀ ଫାୟାରିଂ ସତ୍ତ୍ବେ ସେମାନେ ନ ଅଟକି ପଳାଇଯାଉଥିବାବେଳେ କୋଷ୍ଟଗାର୍ଡ ପକ୍ଷରୁ ତାହାକୁ ଜବତ କରାଯାଇଥିଲା । ଏଥିରେ ୧୦ ଜଣ କ୍ରୁ ସଦସ୍ୟ ରହିଥିଲେ। ଡଙ୍ଗାକୁ ଓଖଲା ଉପକୂଳକୁ ଆଣି ଯାଞ୍ଚ କରାଯାଇଛି। ଏହା ସହିତ ଡ଼ଙ୍ଗାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଏବଂ ୪୦ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରାଯାଇଛି । ମାଛଧରା ବୋଟ ନାଁରେ ତାହା ଡ୍ରଗ୍ସ ଚୋରାଚାଲାଣ କରୁଥିବା ଜଣାପଡ଼ିଛି । ଏ ନେଇ ଗିରଫ ବ୍ୟକ୍ତିମାନଙ୍କୁ ଅଧିକ ପଚରାଉଚୁରା ଚାଲିଛି ।

Leave A Reply

Your email address will not be published.