ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସ କବଜାରେ ୧୦ ଆନ୍ତଃରାଜ୍ୟ ଡକାୟତ: ୧୫ ଲକ୍ଷ ଟଙ୍କା ସହ ୧୦ ମୋବାଇଲ ଓ ଦୁଇଟି ଦାମୀ କାର ଜବତ

ଜଳେଶ୍ଵର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଅଧିନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନାକା ପଏଣ୍ଟରୁ ଗତ ୧୮ ତାରିଖରେ ଏକ ଦଶ ଜଣିଆ ଆନ୍ତଃରାଜ୍ୟ ଡକାୟତ ଦଳକୁ ଜଳେଶ୍ଵର ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଦୁଇଟି ଚାରି ଚକିଆ ହାଲକା ଯାନ, ନଗଦ ୧୫ ଲକ୍ଷ ଟଙ୍କା ଓ ୧୦ଟି ମୋବାଇଲ ଜବତ ହୋଇଛି। ଡକାୟତ ମାନେ ସମସ୍ତେ ବଙ୍ଗୀୟ ବୋଲି ଆଜି ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର ତାଙ୍କ ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ‌

ବିବରଣୀରୁ ପ୍ରକାଶ ଯେ, ଗତ ୧୮ ତାରିଖ ଦିନ ସନ୍ଧ୍ୟାରେ ଭୁବନେଶ୍ୱରର ଜଣେ ବ୍ୟବସାୟୀ ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳକୁ ଆସିଥିବା ବେଳେ ପଶ୍ଚିମବଙ୍ଗର ଏହି ୧୦ ଜଣିଆ ଡକାୟତ ଦଳ ତାଙ୍କୁ ଭୟଭୀତ କରି ୧୫ ଲକ୍ଷ ଟଙ୍କା ତାଙ୍କ ଠାରୁ ଡକାୟତ କରି ଖସି ଆସିଥିଲେ। ତେବେ ଏହି ଡ଼କାୟତ ଦଳ ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗ ଆଡ଼କୁ ଯିବେ ବୋଲି ଯାଜପୁର ପୁଲିସ ଜାଣିବା ପରେ ସେଠାକାର ପୁଲିସ ବାଲେଶ୍ଵର ଏସପିଙ୍କ ସହ ଯୋଗାଯୋଗ କରିଥିଲା। ସେହି ସୂଚନା ଆଧାରରେ ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶରେ ବାଲେଶ୍ଵର ଜଳେଶ୍ଵର ଥାନା ଓ ରାଜଘାଟ ନାକା ପଏଣ୍ଟକୁ ସଜାଗ ରହିବାକୁ କୁହା ଯାଇଥିଲା।ରାତି ପ୍ରାୟ ୯ ଟା ୩୦ ମିନିଟ ସମୟରେ ଏକ ସ୍କୋର୍ଫିଓ ଓ ଆଟିଗା ଗାଡି ଦୃତ ଗତିରେ ନାକା ପଏଣ୍ଟ ଆଡ଼କୁ ମାଡ଼ି ଆସୁଥିବା ବେଳେ ଜଳେଶ୍ଵର ଆଇଆଇସି ରୋଜାଲିନ ବେହେରା ଓ ନାକା ପଏଣ୍ଟ ରେ ଉପସ୍ଥିତ ଥିବା ଅନ୍ୟ ପୁଲିସ ଅଧିକାରୀ ଏବଂ କର୍ମଚାରୀ ମାନେ ଗାଡ଼ି ଦ୍ବୟ କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେମାନଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଓ ୧୦ ଟି ମୋବାଇଲ ଜବତ ହୋଇଥିଲା।ଗିରଫ ଡକାୟତ ମାନେ ଜେରା ପରେ ସେମାନେ ଏହି ଡକାୟତିରେ ସମ୍ପୃକ୍ତ ଥିବା ସ୍ବୀକାର କରିଥିଲେ ବୋଲି ପୁଲିସ ସୂଚନା ଦେଇଛି।

ଗିରଫ ଅଭିଯୁକ୍ତ ମାନେ ହେଲେ (୧)-ପଶ୍ଚିମବଙ୍ଗ ରାଜ୍ୟ ହାଉଡା ଜିଲ୍ଲା ଉଲୁବେରିଆ ଥାନା ଜଗତପୁର ଗ୍ରାମର ରଣଜିତ ମାନ୍ନାଙ୍କ ପୁଅ ସୌମେନ ମାନ୍ନା ବୟସ (୩୨), (୨)-ସାଉଥ ୨୪ ପ୍ରଗଣା ଜିଲ୍ଲା ସୋନରପୁର ଥାନା ରାଘବପୁର ପୋଲଘାଟ ଗ୍ରାମର ଶିବ ଶଙ୍କର ଦେଙ୍କ ପୁଅ ଦୀପ କୁମାର ଦେ ବୟସ (୨୮), (୩)-ହଉଡା ଜିଲ୍ଲା ଉଲବେରିଆ ଥାନା ସିଜବେରିଆ ଗ୍ରାମର ଏସକେ ଜୈରୋଲ ଆଲ୍ଲାମଙ୍କ ପୁଅ ଏସକେ ସାନିରୋଲ ଆଲ୍ଲାମ ବୟସ (୩୫),୪- ପୂର୍ବ ମେଦିନପୁର ଜିଲ୍ଲା ତମଲୁକ ଥାନା ଡୁମୁରା ଗ୍ରାମର କିନକରଲାଲ ହାଜରାଙ୍କ ପୁଅ ସୁଭଦିପି ହାଜରା ବୟସ (୨୬),୫- ପୂର୍ବ ମେଦିନପୁର ଜିଲ୍ଲା ମହିଷାଦଳ ଥାନା ନଈଗୋପାଳପୁର ଗ୍ରାମର ନଳିନୀ କାନ୍ତ ମିଶ୍ରଙ୍କ ପୁଅ ଦେବବ୍ରତ ମିଶ୍ର ବୟସ (୪୫),୬- ହାଉଡା ଜିଲ୍ଲା ବଗନାନ ଥାନା ମୃଗବେଦିଆ ଗ୍ରାମର ଏକ୍ଲାସ ମାଲ୍ଲିକଙ୍କ ପୁଅ ଅବଦୁଲ ସଲ୍ଲୀମ ମାଲ୍ଲିକ ବୟସ (୪୨),୭- ହାଉଡା ଜିଲ୍ଲା ଉଲବେରିଆ ଥାନା କାଶ୍ୟବପୁର ଗ୍ରାମର ମହନ ବାଗଙ୍କ ପୁଅ ସୁବାସ ବାଗ ବୟସ (୪୭),୮- ଉଲବେରିଆ ଥାନା କୁସବେରିଆ ଗ୍ରାମର ଅନୀଲ ଦାସଙ୍କ ପୁଅ ଅଭିଜିତ ଦାସ ବୟସ (୪୨),୯- ଉଲବେରିଆ ଥାନା କୁସବେରିଆ ଗ୍ରାମର ଜୀବନ କୃଷ୍ଣ ପୁରୁକାସ୍ତଙ୍କ ପୁଅ ଝଣ୍ଟୁ ପୁରୁକାସ୍ତ ବୟସ (୪୩), ୧୦- ଉଲବେରିଆ ଥାନା କୁଳଗଛିଆ ଗ୍ରାମର ସୁକୁମାର ଦତ୍ତଙ୍କ ପୁଅ ସଞ୍ଜୟ ଦତ୍ତ ବୟସ (୪୪) ଏହି ସମସ୍ତ ଅଭିଯୁକ୍ତଙ୍କୁ ଜଳେଶ୍ବର ଥାନା କେଶ ନମ୍ବର ୨୨୬/୨୨ ମୂଳେ କୋର୍ଟ ଚାଲାଣ କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଅଙ୍କିତା କୁମ୍ଭାର ଓ ଆଇଆଇସି ରୋଜାଲିନ ବେହେରା ଉପସ୍ଥିତ ଥିଲେ।

Leave A Reply

Your email address will not be published.