ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମନ୍ଦିରରେ ରଥଯାତ୍ରା ବେଳେ ବଡ ଦୁର୍ଘଟଣା : ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲା ରଥ, ୧୦ ମୃତ, ୧୫ ଆହତ

ଚେନ୍ନାଇ: ତାମିଲନାଡୁରେ ବଡ ଦୁର୍ଘଟଣା । ମନ୍ଦିରରେ ଶୋଭାଯାତ୍ରାବେଳେ ବିଦ୍ୟୁତ ଆଘାତରେ ୧୦ ଜଣ ପ୍ରାଣ ହରାଇଛନ୍ତି । ତାମିଲନାଡୁର ତାଞ୍ଜାଭୋର ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି ।

କାଳିମେଡୁ ନିକଟସ୍ଥ ଅପ୍ପର ମନ୍ଦିରର ରଥଯାତ୍ରା ବାହାରି ଥିବା ବେଳେ ଉକ୍ତ ଅଘଟଣ ଘଟିଛି। ମଙ୍ଗଳବାର ରାତିରେ ଅପ୍ପର ଗୁରୁପୂଜାଇ (ପ୍ରଭୁ ଆୟାପ୍ପାଙ୍କ ଉତ୍ସବ) ପାଳନ କରାଯାଉଥିଲା। ଏହି ଉତ୍ସବରେ ଆଖପାଖ ଅଞ୍ଚଳରୁ ବହୁ ଲୋକ ଯୋଗ ଦେଇଥିଲେ। ଆଜି ପ୍ରତ୍ୟୁଷରେ ଶୋଭାଯାତ୍ରାରେ ଟଣାଯାଉଥିବା ରଥଟିରାସ୍ତାର ମୋଡ଼ରେ ବୁଲୁଥିବା ବେଳେ ବାଧା ପାଇଥିଲା। ତେଣୁ, ରଥଟିକୁ ଠିକ୍‌ ଭାବେ ବୁଲାଇବା ପାଇଁ ରଥକୁ ପଛୁଆ ଟାଣିବାରୁ ଉପରେ ଯାଇଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ରଥ ଉପରେ ଠିଆ ହୋଇଥିବା ଲୋକମାନେ ବିଜୁଳି ଆଘାତ ପାଇ ତଳେ ପଡ଼ିଯାଇଥିଲେ ଓ ଘଟଣାସ୍ଥଳରେ ସେମାନଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।ଘଟଣାସ୍ଥଳରେ ୨ ଛୋଟ ଛୁଆଙ୍କ ସମେତ ସମୁଦାୟ ୧୦ ଜଣଙ୍କ ମୃତ୍ୟୁ ହୋଇଛି।

ପୁଲିସ ଆଇଜି କହିଛନ୍ତି ଯେ, ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣ ପ୍ରାଣ ହରାଇଛନ୍ତି । ୧୫ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କ ସଂଖ୍ୟା ବଢ଼ିବାରୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବହୁ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

କୁହାଯାଉଛି ଯେ ରଥ ଟଣାଯାଉଥିବା ରାସ୍ତାରେ ଥିବା ଖାଲଖମାରେ ପାଣି ଭରିଥିବାରୁ କିଛି ଲୋକ ଦୂରରେ ଛିଡ଼ା ହୋଇଥିଲେ। ନହେଲେ ବିଜୁଳି ଆଘାତରେ ଅଧିକ ଲୋକଙ୍କର ମୃତ୍ୟୁ ହେବାର ଭୟ ଥିଲା। ଅନ୍ୟପଟେ ବିଜୁଳି ତା’ର ସଂସ୍ପର୍ଶରେ ଆସିବା କ୍ଷଣି ୫୦ରୁ ଅଧିକ ଲୋକ ରଥ ଉପରୁ ତଳକୁ ଡେଇଁ ପଡ଼ିଥିଲେ ଯାହା ଦ୍ବାରା ଆହୁରି ବଡ ଅଘଟଣରୁ ରକ୍ଷା ମିଳିଛି।

Leave A Reply

Your email address will not be published.