ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାବାଳିକାକୁ ନିବୁଜ କୋଠରିରେ ରଖି ୧୦ ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ

ସୋର: ପ୍ରେମରୁ ପ୍ରତାରଣା ପରେ ଭଲ ପାଇବାର ଅଭିନୟ କରି ଜଣେ ନାବାଳିକାକୁ ଘରୁ ଉଠାଇ ନେଇ ନିବୁଜ କୋଠରିରେ ୧୦ ଦିନ ଧରି ଗଣଦୁଷ୍କର୍ମ ହୋଇଥିବାର ବାଲେଶ୍ୱର ଜିଲ୍ଲା ସୋର ଥାନାରେ ଅଭିଯୋଗ ହୋଇଛି। ୧୦ଦିନ ପରେ ଅଭିଯୁକ୍ତମାନେ ନାବାଳିକାକୁ ଘର ସମ୍ମୁଖରେ ଛାଡ଼ିବା ବେଳେ ଘଟଣା ପ୍ରଘଟ କଲେ ଅଶ୍ଳୀଳ ଭିଡିଓ ପ୍ରଘଟ କରିବାକୁ ଓ ଏସିଡ ପକାଇ ପୋଡି ଦେବାକୁ ଧମକ ଦେଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ହୋଇଛି।

ପୁଲିସ ସୂଚନା ମୁତାବକ, ସୋର ଅଞ୍ଚଳର ସମ୍ପୃକ୍ତା ୧୬ ବର୍ଷର ନାବାଳିକା ସିମୁଳିଆ ପାଉଁଶିଆପଦା ଗ୍ରାମର ଜାକସନ ମାଝି(ମୁନା) ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଗତ ୧୬ ତାରିଖରେ ଜାକସନ ଓ ନାବାଳିକାର ସମ୍ପର୍କୀୟ ଭିଣୋଇ ବିଦ୍ୟାଧର ବେହେରା ପୀଡ଼ିତାକୁ ଡାକି ନେଇ ସୋର ଅଞ୍ଚଳରେ ଏକ ଭଡ଼ାଘରେ ରଖି ନିବୁଜ କୋଠରିରେ ଦଶଦିନ ଧରି ଗଣଦୁଷ୍କର୍ମ କରିଥିଲେ। ଗତ ୨୬ ତାରିଖରେ ୬ରୁ ୭ ଯୁବକ ସେହି କୋଠରୀ ନିକଟରେ ପହଞ୍ଚିଥିଲେ। ୨୭ ତାରିଖ ରାତି ସାଢେ ୧୦ଟାରେ ବିଦ୍ୟାଧର, ଜାକସନ ଓ ଅନ୍ୟ ଯୁବକମାନେ ମିଳିତ ହୋଇ ନାବାଳିକାକୁ ତାଙ୍କର ଘର ସମ୍ମୁଖରେ ଛାଡି ଚାଲିଯାଇଥିଲେ। ଯୁବକମାନେ ଘର ସମ୍ମୁଖ ତାଟି ନିକଟରେ ଛାଡି ଚାଲିଯିବା ସମୟରେ ନାବାଳିକାକୁ ଧମକ ଦେଇ ଘଟଣା ପ୍ରଘଟ ନ କରିବାକୁ ଚେତାବନୀ ଦେଇଥିଲେ। ଘଟଣା ସଂକ୍ରାନ୍ତରେ ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.