ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧ କ୍ୱିଣ୍ଟାଲ ଗଞ୍ଜେଇ ସହ କାର ଓ ୯୫ ହଜାର ଟଙ୍କା ଜବତ, ୨ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପୁଲିସ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ରାଉତପଡ଼ା ଗ୍ରାମର ଅର୍ଜ୍ଜୁନ କୁମାର ଜେନା ବୋଲି ଜଣାଯାଇଛି । ଅନ୍ୟ ଜଣଙ୍କ ପରିଚୟ ଗୋପନ ରଖାଯାଇଛି । ଚାନ୍ଦପୁର ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଦୁଇ ଜଣ ଗଞ୍ଜେଇ ବ୍ୟବସାୟ କରି ଆସୁଥିଲେ । ୫ ବର୍ଷ ହେବ ଏହି କାରବାର ଚାଲିଥିବା ବେଳେ ୬ ମାସ ହେବ ଚାନ୍ଦପୁର ଥାନ ଅଧିକାରୀ ରଶ୍ମି ରଞ୍ଜନ ଦାଶ ଉଭୟଙ୍କ ଉପରେ ନଜର ରଖିଥିଲେ । ଗତକାଲି ଗଞ୍ଜେଇ ଅଣା ଯାଉଥିବା ନେଇ ସୂଚନା ପାଇବା ପରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏସଆଇ ଅଞ୍ଜଳୀ ସା ଏବଂ ଏଏସଆଇ ରମେଶ ବେହେରାଙ୍କ ସହିତ ଗୋଟିଏ ଟିମ୍ ଚଢ଼ାଉ କରିଥିଲା । ରାଇପଡ଼ା ନିକଟରୁ ଏକ ହୋଣ୍ଡାସିଟି କାରରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଏବଂ ୯୫ ହଜାର ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏଥିସହିତ କାରକୁ ମଧ୍ୟ ଜବତ କରାଯାଇଛି । ଜବତ ଗଞ୍ଜେଇର ମୁଲ୍ୟ ୨୦ ଲକ୍ଷ ହେବ ବୋଲି ଜଣାଯାଇଛି । ଆଜି ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । କିଛିଦିନ ତଳେ ଚାନ୍ଦପୁର ପୁଲିସ ୪ ଶହ ଲିଟର ମଦ ସହ ୨ଟି କାର ଜବତ କରିଥିଲା ।

Leave A Reply

Your email address will not be published.