ଶନିବାର ରାଶିଫଳ ( ୧- ୧୦ – ୨୦୨୨ )

ମେଷ: ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଦେଖାଦେବ। ଆତ୍ମବିଶ୍ବାସ ଫେରି ପାଇବେ। ସକାରାତ୍ମକ ଚିନ୍ତାର ବିକାଶ ରହିବ। ସାଙ୍ଗସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ନିଜ ବୁଦ୍ଧିବଳରେ କାର୍ଯ୍ୟ ହାସଲ କରିବେ।

ବୃଷ: ସାମାଜିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟର ଭାର ଅଧିକ ରହିବ। ଗୁରୁଜନଙ୍କଠାରୁ ଅାଶୀର୍ବାଦ ପାଇବେ। କୌଣସି କଥା ମନକୁ ବ୍ୟଥିତ କରିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଏଥିସହିତ ପଢ଼ନ୍ତୁ

ମିଥୁନ: ଦିନଟି ବ୍ୟସ୍ତବହୁଳ ରହିବ। କର୍ମକ୍ଷେତ୍ରରେ ନୂତନ ପରିବର୍ତ୍ତନ ଦେଖାଦେବ। ଅଟକି ରହିଥିବା ଯୋଜନା ସଫଳ ହେବ। କ୍ଷମତାର ସଦୁପଯୋଗ କରନ୍ତୁ। ଭୂମି କ୍ରୟ କରିବାର ଯୋଗ ରହିଛି।

କର୍କଟ: ଧାର୍ମିକ କାର୍ଯ୍ୟରେ ମନ ରହିବ। ଅଧିକ ପରିଶ୍ରମ କରି ଅସୁସ୍ଥ ମନେ କରିପାରନ୍ତି। ସାଙ୍ଗସାଥୀଙ୍କ ସହ ସମ୍ପର୍କ ସୁଦୃଢ଼ ରହିବ। ଆର୍ଥିକ ସମସ୍ୟା ନେଇ ଚିନ୍ତିତ ରହିବେ। ଜୀବନସାଥୀଙ୍କ ଆବଶ୍ୟକତାକୁ ପୂରଣ କରିବେ।

ସିଂହ: ଅଟକି ରହିଥିବା ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ମନ ପ୍ରସନ୍ନ ରହିବ। କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ।

କନ୍ୟା: ସୃଜନଶୀଳତାର ପରିଚୟ ପ୍ରଦାନ କରିବେ। ଚିନ୍ତିତ ରହିପାରନ୍ତି। କଠିନ ପରିଶ୍ରମ କରି ସଫଳ ହେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ସାଙ୍ଗସାଥୀଙ୍କ ସହ ସମ୍ପର୍କ ଭଲ ରହିବ।

ତୁଳା: ଦିନଟି ହସଖୁସିରେ କଟିବ। ବରିଷ୍ଠ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ। କ୍ୟାରିୟରରେ ଉନ୍ନତି ହୋଇପାରେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ନୂତନ ନିବେଶ କରି ଲାଭବାନ ହେବେ।

ବିଛା:ସାମାଜିକ କାର୍ଯ୍ୟରେ ଧ୍ୟାନ ଦେବେ। ଭାବନା ଉପରେ ନିୟନ୍ତ୍ରଣ ରକ୍ଷାକରନ୍ତୁ। ଦେହ ଓ ମନ ଭଲ ରହିବ। ଆର୍ଥିକ ସ୍ଥିତି ମଜଭୁତ୍‌ ରହିବ। ଅନ୍ୟକୁ ସାହାଯ୍ୟ କରିବାର ମଉକା ପାଇବେ।

ଧନୁ:ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ପାଇବ। ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ସହକର୍ମୀଙ୍କ ସହଯୋଗ ପାଇବେ। ବିଭିନ୍ନ କ୍ଷେତ୍ରରୁ ଲାଭବାନ ହୋଇପାରନ୍ତି। ପରିବାରରେ ପ୍ରଶଂସା ପାଇବେ।

ମକର: ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ମତାମତ ନିଅନ୍ତୁ। ସନ୍ତାନସନ୍ତତିଙ୍କ ସହ ଯାତ୍ରାଯୋଗ ରହିଛି। କାର୍ଯ୍ୟଭାର ଅଧିକ ରହିବାରୁ ଚିନ୍ତିତ ରହିବେ। ଅନ୍ୟକୁ ଆବଶ୍ୟକତାଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।

କୁମ୍ଭ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିପାରନ୍ତି। ମାନସମ୍ମାନର ଅଧିକାରୀ ହେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମୀ ହେବେ। ଜୀବନସାଥୀଙ୍କ ସହ ବାଦବିବାଦ ଦେଖାଦେଇ ପାରେ।

ମୀନ: ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଉତ୍ତମ ଲୋକଙ୍କ ସହ ମିଳାମିଶା ବଢ଼ିବ। ପାରିବାରିକ ଜୀବନରେ ସୁଖସମୃଦ୍ଧି ଦେଖାଦେଇପାରେ। ସନ୍ତାନସନ୍ତତିଙ୍କ ସହ ସମୟ ଅତିବାହିତ କରିବେ। ଧର୍ମକର୍ମରେ ରୁଚି ବଢ଼ିବ।

Leave a comment