ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗହଳି ଏଡାଇବା ପାଇଁ ୧ ନମ୍ବର ପରିବା ହାଟ ୟୁନିଟ୍-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର

ଭୁବନେଶ୍ୱର: କାୟା ବିସ୍ତାର କରି ଚାଲିଛି କରୋନା । ପ୍ରତିଦିନ ୧୦ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନାକୁ ହରାଇ ପାଇଁ ଟିକା କରଣ ଓ କୋଭିଡ ଗାଇଡଲାଇନକୁ ପାଳନ କରାଯାଉଛି। ଏଥିସହିତ ଗହଳି ଏଡାଇବା ପାଇଁ ବିଭିନ୍ନ ବଡବଡ ହାଟଗୁଡିକୁ ସ୍ଥାନାନ୍ତର କରାଯାଉଛି। ରାଜଧାନୀରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ହାଟଗୁଡିକୁ ସ୍ଥାନାନ୍ତର କରାଯାଇଛି। ଆଜିଠାରୁ ୧ ନମ୍ବର ପରିବା ହାଟ ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ବସିଛି। ପୂର୍ବ ଭଳି କରୋନା କଟକଣା ମାନି ବେପାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୋକାନ ଦୋକାନ ମଧ୍ୟରେ ୬ ଫୁଟ୍ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ୪ ନମ୍ବର ହାଟ ମଧ୍ୟ ରେଡ଼କ୍ରସ ଭବନ ନିକଟରେ ଆରମ୍ଭ ହୋଇସାରିଛି।

 

Leave A Reply

Your email address will not be published.