ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବସ ଦୁର୍ଘଟଣାରେ ୧ମୃତ : ୩ଆହାତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ଦୁଆରଶୁଣି ଘାଟି ରେ ଏକ ବସ-ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ବସ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପାଇଁ ଘାଟି ରାସ୍ତା କିଛି ସମୟ ପାଇଁ ଜାମ ହୋଇଥିଲା ତେବେ ବାଙ୍ଗିରିପୋଷି ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହିତ ସ୍ବାଭାବିକ ଗମନାଗମନ ବ୍ୟବସ୍ଥା କରିଥିଲେ । ସମ୍ବଲପୁରରୁ ମୁର୍ଶିଦାବାଦ ମିସ୍ତ୍ରୀ ଦଳ ଇଦପର୍ବ ପାଳନ ପାଇଁ ରିଜର୍ଭ ବସରେ ଘରକୁ ଫେରୁଥିବା ବେଳେ ଭୋରରେ ଏକ ଆଇରନ ପଥର ବୋଝେଇ ଟ୍ରକ ପଛରେ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୩ଜଣ ଆହତ ହୋଇଛନ୍ତି ।

Leave A Reply

Your email address will not be published.