ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଜମ୍ମୁ-କଶ୍ମୀରରେ ବିସ୍ଫୋରଣ: ୧ମୃତ, ୧୩ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀର ଉଧମପୁର ସଲାଥିଆ ଛକରେ ଏକ ବଡ ଧରଣରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫରୋଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ  ଚିକିତ୍ସା ନିମନ୍ତେ ଡାକ୍ତରଖାନା ନିଆଯାଇଛି।  ଖବର ପାଇ ପୁଲିସ ଓ ବମ୍ ଡିସପୋଜାଲ୍ ସ୍କ୍ୱାଡ  ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହା ଆତଙ୍କବାଦୀ ଆକ୍ରମଣ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଟ୍ୱିଟ୍ କରି କହିଛନ୍ତି ଯେ, ଉଧମପୁରର ତହସିଲଦାର କାର୍ଯ୍ଯଳୟ ନିକଟରେ ଥିବା ରେହରୀରେ ବିସ୍ଫୋରଣ ଘଟିଛି। ଜଣକର ମୃତ୍ୟୁ ହୋଇଥିବା ସହ ୧୩ଜଣ ଆହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ ପଛର କାରଣ ଏବଂ କେନ୍ଦ୍ରସ୍ଥଳ ଖୋଜିବା ପାଇଁ ତଦନ୍ତ ଚାଲିଛି। ଏବେ କିଛି କହିବା ସମ୍ଭବ ହେବ ନାହିଁ।

ନିକଟରେ ଜମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରର ଲାଲ ଚୌକରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ରବିବାର ଦିନ ଶ୍ରୀନଗରର ଲାଲ ଚୌକ୍ ଅମିରା କାଦଲ ଅଞ୍ଚଳରେ ଗ୍ରେନେଡ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୧୦ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

Leave A Reply

Your email address will not be published.