ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାନୁଆରୀ ମାସରେ ସାଇବର ଠକଙ୍କ ହାତରେ ୧ କୋଟି ୫୭ ଲକ୍ଷ

ଭୁବନେଶ୍ବର : ଆସିଲା ଭୁବନେଶ୍ୱର ସାଇବର ଥାନାର ଜାନୁଆରୀ ମାସ ରିପୋର୍ଟ । ଜାନୁଆରୀ ମାସରେ ୧ କୋଟି ୫୭ ଲକ୍ଷ ଠକିଛନ୍ତି ସାଇବର ଠକ । ୨୬ ଲକ୍ଷ ୯୨ ହଜାର ଟଙ୍କା ଫେରସ୍ତ କରିଛି ସାଇବର ଥାନା । ହେଲ୍ପ ଡେସ୍କକୁ ଆସିଛି ୪୦୩ଟି ଠକେଇ ଜନିତ କଲ୍ । ୟୁପିଆଇ ସମ୍ପର୍କିତ ୧୯୪ଟି ଅଭିଯୋଗ ହୋଇଛି । କ୍ରେଡିଟ କାର୍ଡ, ଡେବିଟ କାର୍ଡ ସମ୍ପର୍କିତ ୧୧୩ ଟି ଠକେଇ ନେଇ ଅଭିଯୋଗ ହୋଇଛି । ସୋସିଆଲ ମିଡିଆ ଜରିଆରେ ୪୧ ଟି ଠକେଇ ନେଇ ହୋଇଛି ଅଭିଯୋଗ । ୨୦୨୨ ମସିହାରେ ୧୨ କୋଟି ୯୬ ଲକ୍ଷ ନେଇଥିଲେ ଅଦୃଶ୍ୟ ଠକ । ବର୍ଷକରେ ୨ କୋଟି ୬୯ ଲକ୍ଷ ଫେରାଇ ଆଣିଥିଲା ଭୁବନେଶ୍ୱର ସାଇବର ପୋଲିସ ।

Leave A Reply

Your email address will not be published.