ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୦୧ – ୦୮ – ୨୦୨୨ )

ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପାଇଥିବା ନୂତନ ସୁଯୋଗର ସଠିକ୍‌ ଉପଯୋଗ କରିବେ। ଆର୍ଥିକ ଲାଭ ପାଇବେ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇ ପାରେ।

ବୃଷ: ଦେହ ଓ ମନ ଭଲ ରହିବ। ଗୁରୁଜନଙ୍କ ସେବା କରିବାରେ ସମୟ କଟିବ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ନିଜ ଲୋକଙ୍କଠାରୁ ସହାନୁଭୂତି ପାଇବେ।

ମିଥୁନ: ଅନ୍ୟ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ । ଛାତ୍ରଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କର୍ମକ୍ଷେତ୍ରରେ ବେତନ ବୃଦ୍ଧି ହେବାର ସୁଯୋଗ ରହିଛି। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

କର୍କଟ: ଆଶା କରୁଥିବା ଦିଗରୁ ସଫଳତା ପାଇବେ। ଶତ୍ରୁମାନଙ୍କଠାରୁ ସାବଧାନତା ଅବଲମ୍ବନ କରନ୍ତୁ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ନିବିଡ଼ତା ବଢ଼ିବ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଖୁସିର ସମ୍ଭାର ଦେଖାଦେବ।

ଏଥିସହିତ ପଢ଼ନ୍ତୁ

ସିଂହ: ଗୁରୁଜନଙ୍କଠାରୁ ସମସ୍ତ ସହଯୋଗ ପାଇବେ। ବ୍ୟସ୍ତତା ଭିତରେ ସମୟ କଟିବ। ସମସ୍ତଙ୍କ ସହ ମିଳିମିଶି ଚଳିବେ। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତା ବଢ଼ିବାକୁ ଲାଗିବ। ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଦେବ।

କନ୍ୟା : ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ପରିବାର ସହ ଅଧିକ ସମୟ ବିତାଇବେ। ନିଜ ବୁଦ୍ଧି ବଳରେ ଅଡୁଆ ପରିସ୍ଥିତିରୁ ମୁକୁଳି ଆସିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି ହୋଇପାରେ ।

ତୁଳା: ପାରିବାରିକ ସମ୍ବନ୍ଧରେ ବୁଝାମଣା ବଢ଼ିବ। କର୍ମକ୍ଷେତ୍ରରେ ସକାରାତ୍ମକ ମନଭାବ ରଖି କାର୍ଯ୍ୟ କରନ୍ତୁ। ଦୀର୍ଘଦିନ ଅପେକ୍ଷାର ଅନ୍ତ ଘଟିବ। ବିଦେଶ ଯାତ୍ରାର ଯୋଗ ରହିଛି।

ବିଛା: କାର୍ଯ୍ୟରେ ପରିବର୍ତ୍ତନ ଯୋଗ ରହିଛି। ସହକର୍ମୀଙ୍କ କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଭାଇଭଉଣୀଙ୍କ ସହଯୋଗ ପାଇବେ। ବ୍ୟବସାୟ ପ୍ରସାର କରିବା ପାଇଁ ନୂତନ ପଥ ଖୋଜିବେ ।

ଧନୁ: ନୂତନ ସମ୍ପର୍କ ଯୋଡ଼ି ହେବାର ସମ୍ଭାବନା ରହିଛି। ଭବିଷ୍ୟତ ପାଇଁ କିଛି ଯୋଜନା କରି ଏହାକୁ କାର୍ଯ୍ୟକାରୀ କରିବେ। ଅନ୍ୟକୁ ସାହାଯ୍ୟ କରି ଶାନ୍ତି ଅନୁଭବ କରିବେ।

ମକର: କୋର୍ଟ କଚେରୀ ମାମାଲାରେ ପଡ଼ିପାରନ୍ତି। ଅପ୍ରୀତିକର ପରିସ୍ଥିତିରୁ ଦୂରେଇ ରୁହନ୍ତୁ। କଠିନ ପରିଶ୍ରମ କରି ସାମାନ୍ୟ ଫଳ ପାଇବେ। ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ନିଜ ପରିଶ୍ରମ ଓ କ୍ଷମତା ବଳରେ ସଫଳତା ପାଇବେ। ନିଜ ମନମୁତାବକ ସମସ୍ତ କାର୍ଯ୍ୟ ପୂରଣ ହେବ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ନିବିଡ଼ତା ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ୍‌ ରହିବ।

ମୀନ: କୌଣସି ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଲଟେରୀ ଆଦିରୁ ଲାଭ ପାଇବେ। ନିଜ କ୍ଷମତା ଏବଂ ପ୍ରତିଭାକୁ ପ୍ରମାଣିତ କରି ନ ପାରି ଚିନ୍ତାରେ ରହିବେ। ଜୀବନସାଥୀଙ୍କ ସହ ଭଲ ସମୟ କଟିବ।

Leave A Reply

Your email address will not be published.